Thursday, March 28, 2024

Top 5 This Week

Related Posts

ନିଜ ଘରୁ ସୁନା ଚୋରି କଲେ ଘରର ଝିଅ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୨୮/୦୨) : ନିଜ ଘରୁ ସୁନା ଚୋରି କଲେ ଘରର ଝିଅ । ଆଉ ଚୋରି ଜିନିଷ ଦେଉଥିଲେ ପୁରୁଷ ବନ୍ଧୁଙ୍କୁ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ ।

ଗତ ୨୨ ତାରିଖରେ ହରିପୁରର ଶରତ କୁମାର ନାୟକଙ୍କ ଘରୁ ସୁନା ଚୋରି ନେଇ ସହଦେବଖୁଣ୍ଟା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତ୍ତିକରି ସହଦେବଖୁଣ୍ଟା ପୋଲିସ ଆରମ୍ଭ କରିଥିଲା ଖୋଳ ତାଡ଼ । ହେଲେ ତଦନ୍ତ ସମୟରେ ପୋଲିସକୁ ଆଳୁ ଖୋଳୁ ଖୋଳୁ ବାହାରିଲା ମହାଦେବ । ଶରତ ଙ୍କ ଝିଅ ଦୀର୍ଘ ଏକ ବର୍ଷ ହେବ ନିଜ ଘରୁ କିଛି କିଛି ସୁନା ଚୋରି କରି ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କୁ ଦେଉଥିବାର ପୋଲିସ ଜାଣିବାକୁ ପାଇଥିଲା । ଶେଷରେ ଏହି ଚୋରି ଘଟଣାରେ ପୋଲିସ ବର୍ତ୍ତମାନ ଜଣେ ପୁଅ ସମେତ ଦୁଇଜଣ ମହିଳାଙ୍କୁ ଗିରଫ କରିଛି ପୋଲିସ ।

ଚୋରି ସୁନାର ମୂଲ୍ୟ ସାତ ଲକ୍ଷ ଟଙ୍କା ହୋଇଥିବା ବେଳେ ଚୋରି ସୁନା ବିକ୍ରିକରି ଯୁବକ ଜଣକ ଏକ ବାଇକ କିଣିଥିଲେ । ଯାହାର ମୂଲ୍ୟ ୨ ଲକ୍ଷ । ସେହିପରି ଏହି ୩ଜଣଙ୍କ ଠାରୁ ବାଇକ ସମେତ ନଗଦ ୨୦ ହଜାର ଟଙ୍କାକୁ ମଧ୍ୟ ପୋଲିସ ଜବଦ କରିଛି । ସମୁଦାୟ ଜବଦ ସାମଗ୍ରୀର ମୂଲ୍ୟ ୯ ଲକ୍ଷ ହେବବୋଲି କହିଛନ୍ତି ଏସପି । ତେବେ ନିଜ ଝିଅ କାହିଁକି ଏପରି ସୁନା ଚୋରି ନିଜ ଘରୁ କରୁଥିଲା ସେ ନେଇ କିଛି କହି ନାହାନ୍ତି ସହଦେବଖୁଣ୍ଟା ପୋଲିସ ଅଧିକାରୀ ।

Popular Articles