ବୋରିଗୁମ୍ମାରେ ଛାତ୍ରୀଙ୍କ ଆତ୍ମସୁରକ୍ଷା ତାଲିମ ଉଦଯାପିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ରବିଶଙ୍କର ମହାପାତ୍ର //
କୋରାପୁଟ(୨୦/୦୨): ଆଜି ପୂର୍ବାହ୍ନରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୀର୍ଘ ୧୪ଦିନ ଧରି ଅନୁଷ୍ଠିତ ହେଉଥିବା ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା ।

ଏହି ଅବସରରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜୟପୁର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଗୋପୀନାଥ ସରକା ଛାତ୍ରୀ ମାନଙ୍କୁ ତାଲିମ ପ୍ରମାଣପତ୍ର ପ୍ରଦାନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ଜାନୀ, ଅଧ୍ୟକ୍ଷ ଶ୍ରୀ ଦାଶରଥି ଗୌଡ,ଅଧ୍ୟାପକ ପ୍ରଦୀପ କୁମାର ସ୍ବାଇଁ, ଅଧ୍ୟାପକ ଶୁଭେନ୍ଦୁ ପଟ୍ଟନାୟକ ମଞ୍ଚାସୀନ ଥିବାବେଳେ ତାଲିମ୍ ପ୍ରଦାନ କରିବାକୁ ଦାମନଯୋଡିରୁ ଆସିଥିବା ଜ୍ୟୋତିରାଣୀ ଦଳେଇ ଓ ମମତା ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ । ଶ୍ରୀ ଗୋପୀନାଥ ସରକା ଅତୀତରେ ବୋରିଗୁମ୍ମା ଅତିରିକ୍ତ ତହସିଲଦାର ଥିବା ସମୟରେ ବିଦ୍ୟାଳୟ ପ୍ରତିଷ୍ଠାର ସ୍ମୃତି ଚାରଣ କରିବା ସହ ତାଙ୍କ ବିଭାଗ ପକ୍ଷରୁ ଭିତ୍ତିଭୂମି ବିକାଶ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

Comments are closed.