ପୁଅ ର ଗୁଳି ମାଡରେ ବାପାର ମୃତ୍ୟୁ

0
88
ପୁଅ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡ଼ା, (୨୮/୦୨) : ପୁଅ ର ଗୁଳି ମାଡରେ ବାପାର ମୃତ୍ୟୁ । ଏମିତି ଅଭାବନୀୟ ଘଟଣା ରାୟଗଡା ଜିଲ୍ଲାରେ ଘଟିଛି ।

ଗତକାଲି ସନ୍ଧ୍ୟା କାନ୍ତିନ ଦଳବେହେରା ଓ ତାଙ୍କ ସ୍ତ୍ରୀ ମଧ୍ୟରେ କଥା କଟାକଟି ହୋଇଥିଲା ଏହି ଘଟଣା ବାବଦରେ ମା ପୁଅକୁ ଫୋନ ଯୋଗେ ଜଣାଇଥିଲେ । ଖବର ପାଇ ପୁଅ ଘରକୁ ଫେରି ଦେଖେ ତ ମା ଏବଂ ବାପାଙ୍କ ମଧ୍ୟରେ ମାର ପିଟ ଲାଗିଛି । ପୁଅଏବଂ ବାପାଙ୍କ ମଧ୍ୟରେ କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ପାରିବାରିକ ଅଶାନ୍ତି ଯୋଗୁଁ ପୁଅ ଉତ୍ୟକ୍ତ ହୋଇ ଦେଶୀ ବନ୍ଧୁକରେ ବାପାକୁ ହତ୍ୟା କରିଥିଲା । ଖବର ପାଇ ପୋଲିସ ପହଞ୍ଚି ପୁଅମେଜ କୁ ଅଟକ ରଖି ପଚରାଉଚରା ଚଲାଇଛି । ସେପଟେ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଗୁଣପୁର ଉପଖଣ୍ଡ ମେଡିକାଲକୁ ପଠାଇଛି ପୋଲିସ । ପୋଲିସ୍ ଦେଶୀ ବନ୍ଧୁକ ଜବତ କରିଛି ।