ଗୋଚର ଜମି ଜବରଦଖଲ ଉଚ୍ଛେଦ ଦାବୀରେ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

0
112
ଗୋଚର

ରିପୋର୍ଟ : ପ୍ରେମାନନ୍ଦ ନାଏକ
ବୀରମହାରାଜପୁର, (୨୭/୦୨) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ କେନଝିରିଆପାଲି ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବହଳପଦର ଗ୍ରାମପଞ୍ଚାୟତର ବଡମାଳ ଗ୍ରାମରେ ଗୋଚର ଜମି ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି ।

ଏହାର ପ୍ରତିବାଦରେ ବଡମାଳ ଗ୍ରାମବାସୀ ସୋମବାର ତହସିଲଦାର ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ଜବରଦଖଲ ଉଚ୍ଛେଦ କରିବାକୁ ଦାବୀ କରିଛନ୍ତି । ଅଭିଯୋଗମତେ ଗ୍ରାମର ଅଧିକାଂଶ ବ୍ୟକ୍ତି ଗୋଚର ଜମିକୁ ବେଆଇନ ଭାବେ ଦଖଲ କରିଥିଲେ । ଏ ନେଇ ଗ୍ରାମବାସୀ ଗତ ୨୪ ଫେବୃୟାରୀ ରେ ଗ୍ରାମର ଭଗବତ ମନ୍ଦିର ସମ୍ମୁଖରେ ଏକତ୍ରିତ ହୋଇ ଗ୍ରାମସଭା କରି ପ୍ରତ୍ୟେକ ଉକ୍ତ ଜବର ଦଖଲ ଗୋଚର ଜମିକୁ ଛାଡିବାକୁ ପ୍ରସ୍ତାବ କରାଯାଇ ଥିଲା । ଉକ୍ତ ପ୍ରସ୍ତାବରେ ଗ୍ରାମର ପ୍ରାୟ ଅଧିକାଂସ ବ୍ୟକ୍ତି ମାନିଥିଲେ । ମାତ୍ର ଗ୍ରାମର ବାବୁଲାଲ ତାଣ୍ଡିଆ ଓ ଉପେନ୍ଦ୍ର ତାଣ୍ଡିଆ ନାମକ ଦୁଇ ବ୍ୟକ୍ତି ବେଆଇନ ଭାବେ ଦଖଲ କରିଥିବ ଗୋଚର ଜମିକୁ ଛାଡିବାକୁ ମନା କରିଥିଲେ ।

ଉକ୍ତ ଗୋଚର ଜମି ସମେତ ଉକ୍ତ ଜମି ଦେଇ ଗ୍ରାମର ଭୁଷୁକି ବୁଢି ପାହାଡ କୁ ଗାଈ ଗୋରୁ ଚରିବା ଯିବା ପାଇଁ ବ୍ୟବହୃତ ହୋଇଥାଏ । ଏବେ ଗ୍ରାମର ଉକ୍ତ ପାହାଡ କୁ ଯିବା ପାଇଁ ଥିବା ରାସ୍ତା କୁ ମଧ୍ୟ ସେମାନେ ଜଖଲ କରି ଛାଡୁ ନାହାନ୍ତି । ତେଣୁ ଗ୍ରାମର ଲୋକେ ଓ ଗାଈ ଗୋରୁ ଙ୍କ ପାଇଁ ଏହା ସମସ୍ୟା ହୋଇପଡିଛି । ତେଣୁ ଗ୍ରାମର ପ୍ରାୟ ଶତାଧିକ ବ୍ୟକ୍ତି ସୋମବାର ବୀରମହାରାଜପୁର ତସହିଲ କୁ ଆସି ଉକ୍ତ ବେଆଇନ ଜବର ଦଖଲ ଉଚ୍ଛେଦ କରିବାକୁ ଦାବୀ କରି ତହସିଲଦାର ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଗ୍ରାମର ୱାର୍ଡ ସଭ୍ୟ ବାବୁ ପ୍ରଧାନଙ୍କ ନେତୃତ୍ୱରେ ସୁମନ୍ତ ମହାକୁର, ନିଳମଣୀ ଦନ୍ତା, ଜନ୍ମ ଭୁଇ, ନାରାୟଣ କଲତା, ମାନୁ ମହାକୁର, ଚେରେଙ୍ଗା ମହାକୁର ସମେତ ପ୍ରାୟ ଶତାଧିକ ବ୍ୟକ୍ତି ଯାଇ ଦାବୀପତ୍ର ପ୍ରଦାନ କରିଛନ୍ତି । ଏ ନେଇ ତହସିଲଦାର ବିବୁଧ ଗନାୟକ ଏହାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିସୃତି ଦେଇଛନ୍ତି ।