ଜାତୀୟ କୁଷ୍ଠ ନିରାକରଣ ଓ ମଶାରି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ: କୈଳାସ ମାଳବିଶୋୟୀ //
ଚନ୍ଦ୍ରପୁର (୧୮/୦୨): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଜାତୀୟ କୁଷ୍ଠ ରୋଗ ନିରାକରଣ ନିମନ୍ତେ ସାମ୍ବୁରଥ ମାଧ୍ୟମରେ ଲୋକଙ୍କୁ ସଚ଼େତନ କରିବା ନିମନ୍ତେ ସାମ୍ବରଥରକୁ ଚନ୍ଦ୍ରପୁର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ଡକ୍ଟର ବିଦ୍ୟାଧର ବେହେରା ଶୋଭାରାମ୍ଭ କରିଥିଲେ |

ଏହି ରଥ ଚନ୍ଦ୍ରପୁର ବ୍ଲକର ଆଠ ଗୋଟି ପଂଚାୟତର ବିଭିନ୍ନ ଗ୍ରାମ ବୁଲିବୁଲି ବଧିରାଛଉ, ଚ଼ର୍ମମୋଟା, ତେଲିଆ ବା ଚ଼ିକ୍କଣ ଦେଖାଯିବା କୁଷ୍ଠ ରୋଗର ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତର ଖାନା ଯିବା ନିମନ୍ତେ ଲୋକମାନଙ୍କୁ ସଚେତନ କରିବା ନିମନ୍ତେ ଜଗନ୍ନାଥ ନାୟକ, ଟିବି ରୋଗ ନିରାକରଣ ସୁପର ଭାଇଜର ପି.ଗୁସ୍ତାବ ସଚେତନ କରିଥିଲେ | ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମେଲେରିଆରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ଚନ୍ଦ୍ରପୁର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରକୁ ଲୋକମାନଙ୍କ ନିମନ୍ତେ ଡବଲ ମଶାରି ୧୬,୫୦୦, ସିଗେଂଲ ମଶାରି ୧୦,୬୦୦ ଆଶିଛି | ମଶାରି ବାଣ୍ଟିବା ନିମନ୍ତେ ଚନ୍ଦ୍ରପୁର ବ୍ଲକର ୮ଟି ପଚ଼ାଂୟତର ବିଭିନ୍ନ ଅଗଂନୱାଡି ସେଣ୍ଟର ପ୍ରସ୍ତୁତ କରି ଲୋକମାନଙ୍କୁ ମଶାରି ଦେବା ନିମନ୍ତେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ମେଲେରିଆ ସୁପରଭାଇଜର ଶ୍ରୀ ସତ୍ୟନାରାୟଣ ପଣ୍ଡା ଆୟୋଜନ କରି ଚନ୍ଦ୍ରପୁର ପଂଚାୟତ ମୁନାରିଗା, ବୁଡୁବାଲି ପଚ଼ାଂୟତ ଉପସ୍ୱାସ୍ଥ୍ୟ କେନ୍ଦ୍ର କାମାର ଗୁଡି ଓ ଜାରପାର ପ୍ରାୟ ୨,୦୦୦ହଜାର ମଶାରି ବାଣ୍ଟିଛନ୍ତି |

ବାଣ୍ଟିବାରେ ଏନଏମ ଶ୍ରୀମତୀ ରାଜେଶ୍ୱରି ଶବର ଅଗଂନୱାଡି କର୍ମି ଶଶିରେଖା ବଳ୍ୟାରସିଂ, ଶାନ୍ତି ଆଶାକର୍ମି କନକଲିମା ଯୋଗଦେଇ ଲୋକମାନଙ୍କୁ ମଶାରି ବାଣ୍ଟିଦେଇଥିଲେ | ଏହା ଚନ୍ଦ୍ରପୁର ବ୍ଲକର ସମସ୍ତ ଲୋକଙ୍କୁ ମଶାରି ଦେବାନିମନ୍ତେ ପ୍ରତ୍ୟେକ ଅଗଂନୱାଡି କର୍ମିମାନଙ୍କୁ ସତ୍ୟନାରାୟଣ ପଣ୍ଡା କହିଥିଲେ ଓ ଲୋକମାନେ କେଉଁଭଳି ମଶାରୀ ବ୍ୟବହାର କରିବେ ତାହାମଧ୍ୟ ବୁଝାଇ ଦେଇଥିଲେ |

Comments are closed.