ବଲାଙ୍ଗୀର ଆକ୍ସନ କମିଟିର ବଲାଙ୍ଗୀରରେ ଦୁଇ ଦିନିଆ ବନ୍ଦ ପାଳନ

ରିପୋର୍ଟ: ଓଡିଶା ନ୍ୟୁଜ୨୪
ବଲାଙ୍ଗୀର (୧୯/୦୨): ବଲାଙ୍ଗୀରଠାରେ ହାଇକୋର୍ଟ ବେଞ୍ଚର ପୁନଃସ୍ଥାପନ, ଲୋୟର ସୁକତେଲ ପ୍ରକଳ୍ପ କାମର ତ୍ବରାନ୍ବିତ ସହ ବିସ୍ଥାପିତଙ୍କ ଥଇଥାନ ଓ ବାଏପାସ ରାସ୍ତା ନିର୍ମାଣ ଦାବିରେ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ପାଳନ କରାଯାଇଉଛି ।

ଦୁଇ ଦିନ ଧରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ସହ ବ୍ୟାଙ୍କ, ପୋଷ୍ଟ ଅଫିସ ସବୁ ବନ୍ଦ କରିବ ବଲାଙ୍ଗୀର ଆକ୍ସନ କମିଟି। ଏନେଇ ପୂର୍ବରୁ ମଧ୍ୟ ପ୍ରତି ମାସର ତୃତୀୟ ସପ୍ତାହ ବୁଧବାର ଓ ଗୁରୁବାର ବନ୍ଦ ପାଇଁ ବଲାଙ୍ଗୀର ଆକ୍ସନ କମିଟି ଡାକରା ଦେଇଥିବା ବେଳେ କାଲି ମଧ୍ୟ ବନ୍ଦ ପାଳନ କରିବ କମିଟି । ପିକେଟିଂ କରି ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରିବା ସହ ଆନ୍ଦୋଳନ କାରିବାର ରହିଛି କାର୍ଯ୍ୟକ୍ରମ । ଏନେଇ ସ୍ଥାନୀୟ କଚେରି ଛକଠାରେ ସାଧାରଣ ସଭାର ମଧ୍ୟ ଆୟୋଜନ କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରେ ତିନି ଦଫା ଦାବିକୁ ନେଇ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରିଆସୁଛି ଆକ୍ସନ କମିଟି । ଏହାସହ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ, ନାଗରିକ ସଂଘ, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ବିଭିନ୍ନ ସଂଗଠନ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ତେବେ ଦାବି ପୂରଣ ନହେବା ଯାଏଁ ଏଭଳି ଆନ୍ଦୋଳନ ଜାରି ରଖିବା ସହ ଆଗାମୀ ଦିନରେ ଆନ୍ଦୋଳନକୁ ଭିନ୍ନ ମୋଡ ଦେବାକୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନ କାରୀ ।

Comments are closed.