ଧାରଣୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଲଖନା ଚମ୍ପିଆନ

ରିପୋର୍ଟ: ନିରୋଜ କୁମାର ପାଣି //
ପାଇକମାଲ (୧୮/୨): ପାଇକମାଲ ବ୍ଳକ ଅନ୍ତର୍ଗତ ବାରପଲିଆ ଠାରେ ଚାଲିଥିବା ୧୭ତମ ଧାରଣୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜି ଅନୁଷ୍ଠିତ ହୋଇଥିବା ଫାଇନାଲ ଖେଳରେ ଇଛାପୁର ଦଳକୁ ୯୮ ରନରେ ପରାସ୍ତ କରି ଲଖନା ଦଳ ଚମ୍ପିଆନ ହୋଇଛି ।

ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭରରେ ୫ ୱିକେଟ ହରାଇ ୧୬୪ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ଇଛା ପୁର ଦଳ ୫ ୱିକେଟରେ ୯୯ ରନ ସଂଗ୍ରହ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସର୍ବ ମୋଟ ୧୬ ଗୋଟି ଦଳ ଭାଗ ନେଇଥିଲେ । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ରଜନୀ କାନ୍ତ ସାହୁ, ସମ୍ମାନିତ ଅତିଥି ଭାବେ ପଦ୍ମନ ଛତ୍ରିଆ, ଯୁଗ ଛତ୍ରିଆ, ଗଜ ଛତ୍ରିଆ, ରାଏ ସିଂ ଛତ୍ରିଆ,ହରି ମାଝୀ, ନବୀନ ସାହୁ ପ୍ରମୁଖ ଯୋଗଦେଇ ଥିଲେ । ମ୍ଯାନ ଅଫ ଦି ମ୍ଯାଚ ଭାବରେ ଲଖନା ଦଳର ରୋହିତଙ୍କୁ ମ୍ଯାନ ସିରିଜ ଭାବରେ ଇଚ୍ଛାପୁର ଦଳର ବିହାରୀ ମାଝୀଙ୍କୁ ପୁରସ୍କୃତ କରାଯାଇଥିଲା । ଉଦଯାପନୀ ଉତ୍ସବରେ ଆୟୋଜକ କମିଟିର ସଭାପତି ହେମରାଜ ଛତ୍ରିଆ, ଭୂଜବଳ ଛତ୍ରିଆ ଓ ଅନ୍ଯାନ୍ଯ ସଦସ୍ଯ ଉପସ୍ଥିତ ରହି ସହଯୋଗ କରିଥିଲେ ।

Comments are closed.