Thursday, March 28, 2024

Top 5 This Week

Related Posts

ସୁନା ଓ ରୁପା ଅଳଙ୍କାର ସମେତ ସବୁକିଛି ଲୁଟିନେଲେ ଦୁର୍ବୃତ୍ତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୨୭/୦୨) : ଝରକା ତାଡି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ସମେତ ସବୁକିଛି ଲୁଟିନେଲେ ଦୁବୁର୍ତ ।

ଏପରି ଘଟଣା ଘଟିଛି ବାସୁଦେବପୁର ଥାନା ବୀଣାପଦା ମଳିକ ସାହି ଠାରେ । ସେହି ଗାଁ’ର ଲକ୍ଷଣ ମଳିକଙ୍କ ଘରୁ ଲୁଟ ହେଇଥିବା ଜଣାପଡିଛି । ତେବେ ବୀଣାପଦା ଠାରେ ଯାତ୍ରା ପରିବେଷଣ ହେଉଥିବାରୁ ପରିବାର ଲକ୍ଷ୍ମଣ ମଳିକଙ୍କ ପରିବାର ଲୋକ ଯାତ୍ରା ଦେଖିବାକୁ ଯାଇଥିଲେ । ଏହାର ସୁଯୋଗ ନେଇ ଦୁବୁର୍ତ୍ତ ମାନେ ଘରର ପଛ ପଟ ଝରକା ତାଡି ଘର ଭିତରକୁ ପଶିଥିଲେ । ଘର ଭିତରେ ଥିବା ଗଡ଼ରେଜ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟି ନେଇଥିଲେ । ଯାତ୍ରା ଭାଙ୍ଗିବା ପରେ ପରିବାର ଲୋକ ଘରକୁ ଫେରି ଝରକା ତଡା ଯାଇଥିବା ଦେଖିଥିଲେ । ପରେ ଘରୁ ସମସ୍ତ ଅଳଙ୍କାର ଓ ଟଙ୍କା ପଇସା ଲୁଟ ହେଇଥିବା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି ।

Popular Articles