Friday, March 29, 2024

Top 5 This Week

Related Posts

ସାପ କାମୁଡ଼ାରେ ମହିଳା ମୃତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୨୭/୦୨) : ସାପ କାମୁଡ଼ାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ପଞ୍ଚାୟତର ବଡ଼ପଦର ଗ୍ରାମ ନୂଆସାହିର ମହିଳା ସଉରୀ ଗୁରୁ (୫୦) ।

ସେ ତାଙ୍କ ଘର ବାରିପଟେ ଥିବାବେଳେ ତାଙ୍କୁ ସାପଟି କାମୁଡ଼ି ଦେଇଥିଲା । ଚିକିତ୍ସା ପାଇଁ ମହିଳାଙ୍କୁ ପ୍ରଥମେ ଟାଙ୍ଗୀ ମେଡିକାଲ ପରେ ଖୋର୍ଦ୍ଧା ଓ ତା’ପରେ ଭୁବନେଶ୍ୱର ନିଆଗଲା । ହେଲେ ଶେଷରେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କୁ ନାଗ ସାପ କାମୁଡ଼ିଥିଲା । ମହିଳାଙ୍କୁ ସାପଙ୍କୁ କାମୁଡ଼ିବା ପରେ ସେଠାରେ ଉକ୍ତ ନାଗସାପର ମୃତଦେହ ପଡ଼ିଥିବା ଗାଁ ଲୋକ ଦେଖିବାକୁ ପାଇଥିଲେ ।

Popular Articles