ଜ଼ିଲ୍ଲା ପରିଷଦ ଅଧକ୍ଷ ପଦ ପାଇଁ ନିର୍ବାଚନ ନିମନ୍ତେ ତିନି ଦଳ ମଧ୍ୟରେ କସରତ ଆରମ୍ଭ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ //
ରାୟଗଡା (୧୮/୨): ଗତ ୨୦୧୯ ଡିସେମ୍ବର ୨୪ତାରିଖରେ ଜ଼ିଲ୍ଲାଜଜ ପୁରୁଷୋତ୍ତମ ଗୋମାଙ୍ଗଙ୍କ ପରିଷଦ ଅଧକ୍ଷ ପଦକୁ ଅସିଦ୍ଧ ଘୋଷଣା କରିଥିଲେ | ସେହି ଦିନ ହିଁ ଗୋମାଙ୍ଗଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ | ଗୋମାଙ୍ଗଙ୍କ ମୃତ୍ୟୁ ପରେ ପଦ୍ମପୁର ଖ ଜ଼ିଲ୍ଲା ପରିଷଦ ଆସନ ସହିତ ଜ଼ିଲ୍ଲା ପରିଷଦ ଅଧକ୍ଷ ପଦ ଖାଲିପଡିଛି |

ସେଥିପାଇଁ ଜ଼ିଲ୍ଲା ନିର୍ବାଚନ ଅଧିକାରୀ ପ୍ରଥମେ ଜ଼ିଲ୍ଲା ପରିଷଦ ଅଧକ୍ଷ ପଦ ପାଇଁ ଗତ ୧୧ତାରିଖରେ ବିଜ୍ଞପ୍ତିରେ ଆସନ୍ତା ୧୯ ତାରିଖରେ ନିର୍ବାଚନ ହେବ ବୋଲି ଘୋଷଣା କରିଥିଲେ | ସେଥିପାଇଁ ଉଭୟ ବିଜେଡି କଂଗ୍ରେସ ବିଜେପି ମଧ୍ୟରେ ଆରମ୍ଭ ହୋଇଯାଇଛି କସରତ | ନିର୍ବାଚନ ପାଇଁ ମାତ୍ର ଗୋଟିଏ ଦିନ ବାକି ରହିଥିବା ସମୟରେ ଉଭୟ କଂଗ୍ରେସ ଓ ବିଜେଡି ଦଳର ଆଭ୍ୟନ୍ତରୀଣ ମତଭେଦ ମୁଣ୍ଡ ବ୍ୟଥାର କାରଣ ପାଲଟିଛି | ଗତ ୨୦୧୭ପଂଚାୟତ ନିର୍ବାଚନରେ ଜ଼ିଲ୍ଲାରେ ୨୨ଗୋଟି ଆସନରୁ କଂଗ୍ରେସ ୧୧, ବିଜେପି ୪ ଓ ବିଜେଡି ୭ଆସନ ପାଇଥିଲେ କିନ୍ତ ଯେତେବେଳେ ଅଧକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା ସେଥିରେ କଂଗ୍ରେସରୁ ୨ଜଣ ଓ ବିଜେପିରୁ ଜଣେ ସଦସ୍ୟ କ୍ରସ ଭୋଟ କରିଥିଲେ | କଂଗ୍ରେସକୁ ୧୦, ବିଜେଡି କୁ ୯ ଓ ବିଜେପିକୁ ୩ ଆସନ ମିଳିଥିଲା | ତଥାପି କଂଗ୍ରେସରେ ପୁରୁଷୋତ୍ତମ ଗୋମାଙ୍ଗ ବିଜୟ ହୋଇଥିଲେ | ତେଣୁକରି ଆସନ୍ତା କାଲିରେ ନିର୍ବାଚନ ପାଇଁ ଆରମ୍ବ ହୋଇଛି ସବୁ ଦଳ ରେ କୌଶଳ ମିଳିଥିବା ଖବର ଅନୁଯାଇ କଂଗ୍ରେସ ର ବହୁ ହେବି ୱେଟ ନେତାଙ୍କ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଝୋଡିଆ କାର୍ଡ ଖେଳିବା ନେଇ ଯୋଜନା କରି ଦଳରେ ଅସନ୍ତୁଷ୍ଟ ସଦସ୍ୟ ନୀଳକଣ୍ଠ ଝାଡିଆଙ୍କୁ ଅଧକ୍ଷ ପଦ ପାଇଁ ପ୍ରାର୍ଥୀ କରିବା ନିଷ୍ପତି ନେଇଛି କିନ୍ତୁ ନୀଳକଣ୍ଠ ବର୍ତମାନ ସୁଦ୍ଧା ଦେଖା ଦର୍ଶନ ନାହଁ | ଏହା ଏକ ମୁଣ୍ଡ ବ୍ୟଥାରେ କାରଣ ପାଲଟିଛି ନେତାଙ୍କ ପାଇଁ | ତେବେ ମଙ୍ଗଳବାର ଦିନ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ ହୋଇ ୧୦ଜଣ ସଭ୍ୟ ସଭ୍ୟାଙ୍କ ଉପରେ ହୁଇପ ଜାରି କରିବ ବୋଲି ଦଳୀୟ ସୂତ୍ର ରୁ ପ୍ରକାଶ | କଂଗ୍ରେସରେ ଅସନ୍ତୁଷ୍ଟ ସଭ୍ୟ ଯଦି କ୍ରସ ଭୋଟ ନ କରନ୍ତି ତେବେ କଂଗ୍ରେସରେ ବିଜୟ ସୁନିଶ୍ଚିତ | ବର୍ତମାନ ବିଜେପି ୪, ବିଜେଡି ୭ଓ କଂଗ୍ରେସରେ ୧୦ଜଣ ଭୋଟ ଦେବେ | ଏହି ପରିସ୍ଥିତିରେ ଘୋଡା ବ୍ୟାପାର କରି ଗତ ଜ଼ିଲ୍ଲା ପରିଷଦ ନିର୍ବାଚନ ପରି ଏହି ଥର ଅନ୍ୟ ଦଳରେ ପ୍ରାର୍ଥୀ ଙ୍କୁ ଆଣି ଜିତିବା ପାଇଁ ରଣ କୌଶଳ ଆରମ୍ଭ କରିଦେଇଛନ୍ତି | ଭୋଟ ଦାନ ରୁ ବିଜେପି ବିରତ ରହିବ ବୋଲି ପ୍ରାୟ ସୁନିଶ୍ଚିତ ବୋଲି ଦଳରେ ତୁଙ୍ଗ ନେତା କହିଛନ୍ତି | ନିର୍ବାଚନ ଆଖି ଆଗରେ ରହିଥିବାରୁ କଂଗ୍ରେସ ଦଳରେ ତିନି ପ୍ରାର୍ଥୀଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଛି ସତ କିନ୍ତୁ ସେମାନଙ୍କ ମନରେ ଅସନ୍ତୁଷ୍ଟ ନିଆଁ କେଉଁ ଦିଗକୁ ନେଉଛି ଦେଖିବାରେ ବାକି ରହିଲା | ଏହି ନିର୍ବାଚନରେ ଘୋଡା ବ୍ୟାପାର ହିଁ ଅଧକ୍ଷ ନିର୍ବାଚନ ମୁଖ୍ୟ ରାସ୍ତା ଆପଣାଇଛନ୍ତି | ବିଜେଡି ଦଳରେ ବହୁ ନେତା ବିଭିନ୍ନ ଉପାୟରେ ନିଜ ନିଜ ଅଭିନଵ ଉପାୟ ସ୍ଥିର କରି ଯୋଜନା ମାନ ଚଳାଇଥିବା ଜଣାପଡିଛି |

Comments are closed.