ଟ୍ରାକ୍ଟର ଧକ୍କା ରେ ପୁଅ ମୃତ, ମା’ ଗୁରୁତର

0
112
ଟ୍ରାକ୍ଟର ଧକ୍କା ରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୨୭/୦୨) : ସମ୍ବଲପୁର ଭିମସାର ରୁ ଚିକିତ୍ସା ସାରି ଘରକୁ ଫେରୁଥିଲେ । ଅଧାବାଟରୁ ଶବ ହୋଇ ପୁଣି ଭିମସାର ଫେରିଲେ । ଟ୍ରାକ୍ଟର ଧକ୍କା ରେ ପୁଅଙ୍କର ମୃତ୍ୟୁ ଘଟିଥିବାବେଳେ ମା’ ଗୁରୁତର ଅଛନ୍ତି ।

ଟ୍ରାକ୍ଟର ଧକ୍କା ରେ ପୁଅ ମୃତ, ମା’ ଗୁରୁତର । ମୃତକ ହେଲେ ସୋନପୁର ଜିଲ୍ଲା ବିନିକା ଥାନା ଭାଲୁପାଲି ଗ୍ରାମର ବାଳଗୋପାଲ ସାହୁ (୨୨) । ବୁର୍ଲା ଭିମସାର ପରିସରରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସକାଳ ସମୟରେ ନିଜ ପତ୍ନୀଙ୍କ ଚିକିତ୍ସା ପାଇଁ ମେଡିକାଲ ଆସିଥିଲେ । କିନ୍ତୁ ଫେରିବା ବେଳେ ପତ୍ନୀଙ୍କୁ କାରରେ ବସାଇ ମା’ ଏବଂ ପୁଅ ବାଇକରେ ଘରକୁ ଫେରୁଥିଲେ । କିନ୍ତୁ ଅଧାବାଟରେ ବାଇକକୁ ଏକ ଟ୍ରାକ୍ଟର ଧକ୍କା ଦେଇଥିବା ସୂଚନା ମିଳିଛି । ଉଭୟ ମା’ ଏବଂ ପୁଅଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ବାଳଗୋପାଲଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମା’ ଦେବବତି ସାହୁ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ।