ଶୁଭେନ୍ଦୁ ମଲ୍ଲିକର ମୃତ୍ୟୁ ପାଇଁ ଦାୟୀ କିଏ ? ରାଇକିଆ ପୋଲିସ ନା ଆଉ କିଏ !!! ବିଶାଳ ରାଲି ଅନୁଷ୍ଠିତ

ରିପୋର୍ଟ: ଜଗଦୀଶ ଦାସ //
ରାଇକିଆ (୧୭/୦୨): କନ୍ଧମାଳ ଜିଲ୍ଲା ରାଇକିଆରେ ଆଜି ଦିନ ପ୍ରାୟ ଏକ ଘଣ୍ଟା ମଧ୍ୟରେ ଶୁଭେନ୍ଦୁ ମଲିକର ମୃତ୍ୟୁର ଏକ ରାଲି ଆୟୋଜିତ ହୋଇଥିଲା । ଶୁଭେନ୍ଦୁ ମଲିକ ଜାନୁଆରୀ ୧୫ ତାରିଖ ରୁ ନିଖୋଜ ହୋଇଥିବା ବେଳେ ତାଙ୍କ ମା ସାରଦା ମଲ୍ଲିକ ରାଇକିଆ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଅଭିଯୋଗର ପୋଲିସ ପକ୍ଷରୁ ଏକ ମିସଂ କେଶ ରୁଜୁ କରିଥିଲେ ।

ତାଙ୍କର ମା ପୁଅ ବିଷୟରେ ଅଧିକ ସୂଚନା ଜାଣିବା ପାଇଁ ସେ ଅନେକ ଥର ପୋଲିସ ଥାନା ଅଧିକାରୀଙ୍କ ଠାରୁ କିଛି ବି ପଦକ୍ଷେପ ଗ୍ରହଣ କରିବା ବଦଳରେ ତାଙ୍କୁ କହିଥିଲେ ଯେ ତମ ପୁଅ ତାମିଲନାଡୁରେ କାମ କରୁଛି ଆମେ ଫୋନ୍ ନମ୍ବର ରେକର୍ଡରୁ ଜଣାପଡିଛି ବୋଲି କହିଥିଲେ ଏସଡିପିଓ ଜୟକୃଷ୍ଣ ବେହେରା | କିନ୍ତୁ ତାଙ୍କ ମା କହନ୍ତି ମୋ ପୁଅର ପୋଲିସ ପକ୍ଷରୁ ତଦନ୍ତ ସଠିକ ଭାବେ ହେଇ ନ ଥିବା ଅଭିଯୋଗ କରିଛନ୍ତି | ତାଙ୍କର ଭାଇ ଉତମ ମଲ୍ଲିକ ମଧ୍ୟ କହିଛନ୍ତି ଯେ ମୁଁ ବାରମ୍ବାର ଥାନା ଅଧିକାରୀ ପାଖକୁ ଯାଇ ତାହାଙ୍କୁ କହିଥିଲି ମୋ ଭାଇର କଲ ରେକର୍ଡ ଶୁଣିବା ପାଇଁ ହେଲେ ଆମକୁ ଶୁଣିବାକୁ ଦେଇନଥିଲେ | ତାଙ୍କର ବିଷୟରେ ଅଧିକ ସୂଚନା ଜାଣିବା ପାଇଁ ଗତ ୩ ତାରିଖରେ ଏକ ରାସ୍ତା ରୋକ କରାଯାଇଥିଲା ଏବଂ ଲୋକମାନଙ୍କ ଭିଡ଼ ବହୁତ ହୋଇଥିଲା | ପରେ ପୋଲିସ ପକ୍ଷରୁ ବୁଝାମଣା କରିଥିଲେ ଏବଂ ରାସ୍ତା ଉପରୁ ଲୋକ ମାନେ ଉଠିଥିଲେ | ସେହି ଦିନ ହିଁ ୨୫ ଜଣ ବ୍ଯକ୍ତିଙ୍କୁ ଡ଼ାକି ତାଙ୍କୁ ଗିରଫ କରିବା ପରେ ଜେଲ ପଠେଇ ଦେଇଥିଲେ |

ତାଙ୍କର ମାଆଙ୍କୁ ଓ ତାଙ୍କର ସ୍ତ୍ରୀ ଓ ତାଙ୍କର ୫ ଦିନର ଜନ୍ମ ସନ୍ତାନ କୁ ମଧ୍ୟ ଜେଲ୍ କୁ ପଠାଇ ଦେଇଥିବା ବେଳେ ସେମାନେ ଗତ ୫ତାରିଖ ସନ୍ଧ୍ୟାରେ ଘରକୁ ଫେରି ଆସିଲା ବେଳେ ତାଙ୍କୁ ୬ତାରିଖରେ ଡାକିଥିଲେ ଗୋଟିଏ ମୃତ ଦେହ ମିଲିଛି ଆସଦେଖି ବୋଲି । ଶୁଭେନ୍ଦୁ ମଲିକର ମୃତ ଦେହ ବୋଲି ତାଙ୍କ ମା ସନ୍ଦେହ କରିବା ପରେ ସେ ମୃତ ଦେହକୁ ନେଇ ବହୁ ତ ପାଟି ତୁଣ୍ଡ ହୋଇଥିଲା । ଏବଂ ଶୁଭେନ୍ଦୁ ମଲିକର ସମସ୍ତ ପ୍ରକାର ତାଙ୍କର କାଯ୍ୟକ୍ରମ ସରିଲା ପରେ ଆଜି ତାଙ୍କର ଏକ ଶାନ୍ତି ଯାତ୍ରା କରାଯାଇଥିଲା | ପୋଲିସ ପକ୍ଷରୁ ତଦନ୍ତ ସଠିକ ହୋଇନାହଁ ଓ ତାଙ୍କର ହତ୍ୟାକାରୀକୁ ମୃତ୍ୟୁ ଦଣ୍ଡଦିଅ ଓ ଏସଡିପିଓ କୁ ଚାକିରିରୁ ବହିଷ୍କାର କରାଯାଉ ବୋଲି ଦାବି କରିଛନ୍ତି ଗ୍ରାମବାସୀ | ସତରେ ଏହା ହେଉଛି ସରକାରଙ୍କ ପକ୍ଷରୁ ୫ଟି ଯୋଜନା ଓ ସରକାରୀ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ।

Comments are closed.