ଦକ୍ଷିଣ ଓଡ଼ିଶା ପାଚିକା ଓ ସହାୟିକା ମହାସଂଘର ସାଧାରଣ ବୈଠକ ଅନୁଷ୍ଠିତ 

0
163
ଦକ୍ଷିଣ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୭/୦୨) : ଦକ୍ଷିଣ ଓଡିଶା ପାଚିକା ଓ ସହାୟିକା ମହାସଂଘ (AICCTU) ତରଫରୁ ପଦ୍ମପୁର ନିକଟ ଜଗମଣ୍ଡା ପାହାଡ଼ ରେ ଏକ ସଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ତିରୁପତି ଗମାଙ୍ଗ ନିଜ ଅଭିଭାଷଣରେ କହିଥିଲେ ଯେ, ସରକାରି ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନ ଯୋଜନା ଭଳି ପାଇଲଟ୍ ପ୍ରୋଜେକ୍ଟକୁ ସଫଳ କରିବା ପାଇଁ ଦକ୍ଷିଣ ଓଡ଼ିଶା ପାଚିକା ସହାୟିକା ମାନେ ଦିର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ଵ ସମୟ ଧରି ବିନା ଛୁଟି ରେ ବହୁ ଦୁର୍ଦ୍ଦଶା ଓ ଅସୁବିଧା ମଧ୍ୟ ଦେଇ ଅକ୍ଲାନ୍ତ ପରିଶ୍ରମ କରି ମଧ୍ୟାହ୍ନ ଭୋଜନ କାମ କରିବା ସହିତ ସେମାନଙ୍କୁ ବିଦ୍ୟାଳୟର ଅନାନ୍ୟ କାମ କରିବା ପାଇଁ ବାଧ୍ୟ କରାଯାଉଛି । ବିଭିନ୍ନ ପାଚିକା ସହାୟିକା ସଂଘ ନେତୃତ୍ୱରେ ଧାରାବାହିକ ଆନ୍ଦୋଳନ ହେବା ଫଳରେ ୧୦୦ ଟଙ୍କା ପାଉଥିବା ପାଚିକା ମାନେ ବର୍ତ୍ତମାନ ମାସିକ କେବଳ ୧୪୦୦ ଟଙ୍କା ଲେଖାଏଁ ପାରିଶ୍ରମିକ ପାଇବାକୁ ସକ୍ଷମ ହୋଇଛନ୍ତି । ପାଚିକା ଓ ସହାୟିକା ମାନଙ୍କୁ ସରକାରି ଶିକ୍ଷାନୁଷ୍ଠାନରେ ସ୍ଥାୟୀ ସରକାରୀ କର୍ମଚାରୀର ମାନ୍ୟତା କିମ୍ବା ସର୍ବ୍ ନିମ୍ନ ମଜୁରୀ ପ୍ରଦାନ କରାଯାଉନାହିଁ । ଅପର ପକ୍ଷରେ ସେମାନଙ୍କୁ କାମରୁ ବାହାର କରିବା ପାଇଁ ବହୁ ଆଇନ ପ୍ରଣୟନ ହେଉଛି ।

୬୦ ବର୍ଷ ହେବା ଫଳରେ ଓ ରାଜ୍ୟରେ ପ୍ରଥମେ ୯୬୬ ଓ ପରେ ୧୪୩୭୯ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବା ଯୋଗୁଁ , ହଜାର ହଜାର ପାଚିକା ସେମାନଙ୍କର କାମ ହରାଇଛନ୍ତି । ସେମାନଙ୍କୁ ଅନ୍ୟତ୍ର ନିଯୁକ୍ତି ଦେବାର କୌଣସି ବ୍ୟବସ୍ଥା କରାଯାଇନାହିଁ । କେନ୍ଦ୍ର ସରକାର ୨୦୦୯ ମସିହା ଡିସେମ୍ବର ମାସରୁ ପାଚିକାମାନଙ୍କ ପାରିଶ୍ରମିକ ୧୦୦୦ ଟଙ୍କାକୁ ବୃଦ୍ଧି କଲେ । ଅଥଚ ରାଜ୍ୟ ସରକାର ୨୦୧୨ ଏପ୍ରିଲଠାରୁ କାର୍ଯ୍ୟକାରୀ କଲେ । ୨୦୦୯ ଡିସେମ୍ବରରୁ ୨୦୧୭ ମାର୍ଚ୍ଚ ପର୍ଯ୍ୟନ୍ତ ୨୮ ମାସର ବର୍ଦ୍ଧିତ ପାରିଶ୍ରମିକ ପ୍ରଦାନ କରିବା ପାଇଁ ବହୁ ଆନ୍ଦୋଳନ ସଂଗଠିତ ହେଲା । ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେବା ସତ୍ତ୍ୱେ ବର୍ତ୍ତମାନ୍ ସୁଦ୍ଧା ତାହା ପ୍ରଦାନ କରାଯାଇନାହିଁ । ବର୍ତ୍ତମାନ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା କାର୍ଯ୍ୟକୁ ଅକ୍ଷୟ ପାତ୍ର ଓ ନନ୍ଦୀ ଫାଉଣ୍ଡେସନ୍ ଭଳି ଘରୋଇ ସଂସ୍ଥାକୁ ହସ୍ତାନ୍ତର କରିଛନ୍ତି ।

ସଦ୍ୟ ପ୍ରସ୍ତୁତ ଖାଦ୍ୟ ଯୋଗାଇ ଦେବେ ବୋଲି ସରକାର ଯୁକ୍ତି ବାଢୁଥିବାବେଳେ ବର୍ତ୍ତମାନ୍ ରାତି ୨ଟା ରେ ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ଛାତ୍ରଛାତ୍ରୀ ମାନେ ଦିନ ୧ଟା ରେ ଖାଉଛନ୍ତି । ତେଣୁ ଆଗମୀ ୧୩ ମାର୍ଚ୍ଚ ୨୦୨୩ ତାରିଖଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପାଚିକା ସହାୟିକା ମାନେ କାର୍ଯ୍ୟ ବନ୍ଦ କରି ବିଧାନ ସଭା ସମ୍ମୁଖରେ ଧାରଣା ଦେବା ପାଇଁ ଆଜିର ବୈଠକରେ ଘୋଷଣା କରାଯାଇଛି । ଏହି ବୈଠକରେ ପାର୍ବତୀ ଶବର ପୌରହିତ କରିଥିବାବେଳେ ବୃନ୍ଦାବନ ବିଡିକା , ଜୟନ୍ତୀ ଶବର , କୁନ୍ତଳା ମାଝି , ଦୀପ୍ତି ବେବରୀୟା , ରଶ୍ମିତା ଶବର ପ୍ରମୁଖ ସହଯୋଗ କରିଥିଲେ ।