ରାମଲିଙ୍ଗେଶ୍ୱର ମନ୍ଦିର କମିଟି ର ବୈଠକ

0
290
ରାମଲିଙ୍ଗେଶ୍ୱର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୬/୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣ ପୁର ସରକାରୀ କୃଷି ଫାର୍ମ ରେ ଥିବା ପ୍ରସିଦ୍ଧ ଐତିହାସିକ ରାମଲିଙ୍ଗେଶ୍ୱର ଶୈବପୀଠରେ ମହାଶିବରାତ୍ରି ଜାଗର ଯାତ୍ରା ଖର୍ଚ୍ଚର ହିସାବ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଥିଲା ।

ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀ ଲକ୍ଷ୍ମୀ ନାରାୟଣ ପୂଜାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । କରୋନା ମହାମାରୀ ଯୋଗୁଁ ଦୁଇବର୍ଷ ଫିକା ପଡିଥିବା ଐତିହାସିକ ରାମଲିଙ୍ଗେଶ୍ୱର ମନ୍ଦିର ରେ ମହାଶିବରାତ୍ରି ଜାଗର ଯାତ୍ରା ରେ ରସିଦ ବହିରେ କେତେ ଆଦାୟ ହୋଇଥିଲା । କେତେ ଖର୍ଚ୍ଚ ହୋଇଥିଲା ଏହାର ହିସାବ ନିକାଶ କମିଟି ମାଧ୍ୟମରେ କରଯାଇଥିଲା । ଶିବରାତ୍ର ପାଇଁ ରସିଦ ବହି ମାଧ୍ୟମରେ ମୋଟ ୧୦୪୨୫୦ ଟଙ୍କା ଆଦାୟ ହୋଇଥିବା ବେଳେ ମୋଟ ଖର୍ଚ୍ଚ ୬୫୧୬୬ ଖର୍ଚ୍ଚ ହୋଇଥିବା ବେଳେ ୩୯୨୮୪ ଟଙ୍କା ବଳିଥିବା ସୂଚନା ଦେଇଛନ୍ତି । ଏହି ବଳକା ଟଙ୍କା କୁ ଲକ୍ଷ୍ମୀ ନାରାୟଣ ମନ୍ଦିର କାମରେ ଖର୍ଚ୍ଚ କରିବା କୁ କମିଟି ନିଷ୍ପତ୍ତି ନେଇଛନ୍ତି ।

ରାମଲିଙ୍ଗେଶ୍ୱର କମିଟି ର ସଭାପତି ଙ୍କ ସମେତ ପରିଚାଳନା କମିଟିର ସମ୍ପାଦକ ଲଚମପତି କାଡ୍ରାକା, ମନ୍ଦିର କମିଟି ର କୋଷାଧ୍ୟକ୍ଷ ନାରୀ ତିଆକା ସମେତ ମନ୍ଦିର କମିଟି ର ସଦସ୍ୟ ରମା କାନ୍ତ ପଣ୍ଡା, ଏନ ମୁକେଶ, ଏ ହରିଶଙ୍କର ରାଓ, ଡି ବୈରାଗୀ, ଘସିରାମ ମିଣିଆକା, ରାଧାକୃଷ୍ଣ ପଣ୍ଡା, ଅକ୍ଷୟ କୁମାର ପିଡ଼ିସିକା ଓ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ସମେତ ନାରାୟଣ ପୁର ପଞ୍ଚାୟତ ର ଭକ୍ତ ବୃନ୍ଦ ଉପସ୍ଥିତ ରହି ମନ୍ଦିର ର ଉନ୍ନତି କିପରି ହୋଇ ପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏବଂ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରତିଷ୍ଠା କି ପରି ସୁରୁଖୁରୁରେ ହେବ ବୋଲି ପଞ୍ଚାୟତ ବାସୀ ଆଲୋଚନା କରିବା ସହ ସମସ୍ତେ ଦାୟିତ୍ୱ ନେଇ ଲକ୍ଷ୍ମୀ ନାରାୟଣ ମନ୍ଦିର କାମ କୁ ଶେଷ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।