କନ୍ଧମାଳ ସାଂସଦ ଡ଼ଃ ସାମନ୍ତଙ୍କ ମାଗଣା ସ୍ୱାସ୍ଥ୍ୟ ଶିବିର

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା(୧୭/୦୨): କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ଡ଼ଃ ଅଚ୍ୟୁତ ସାମନ୍ତଙ୍କ କୀମସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି |

ଉପାନ୍ତ ଓ ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ କନ୍ଧମାଳ ସାଂସଦଙ୍କ ଏଭଳି ପଦକ୍ଷେପ ପାଇଁ ଜନସାଧାରଣ କୃତଜ୍ଞତା ଜଣାଇଛନ୍ତି | ବାଲିଗୁଡା ନିର୍ବାଚନ ମଣ୍ଡଳୀର ଉପାନ୍ତ କୋଟଗଡ଼ ବ୍ଲକର ଆର୍କିମାହା, ତୁମୁଡିବନ୍ଧ ବ୍ଲକର ଲଙ୍କାଗଡ, କ.ନୂଆଗାଁ ବ୍ଲକର ବାଲିଗାଡା, ବାଲିଗୁଡା ବ୍ଲକର କୁଟିକିଆ ଭଳି ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ମାଗଣା ଚିକିତ୍ସା ସହ ଔଷଧ ବଣ୍ଟନ କରାଯାଇଛି | ହାତ ପାହାନ୍ତି ରେ ଏହି ସେବା ପାଇ ଜନସାଧାରଣ ବେଶ ଖୁସି ପ୍ରକଟ କରିବା ସହ ସ୍ୱାସ୍ଥ୍ୟ ସେବା ପାଇଁ ଅହରହ ଉଦ୍ୟମ ଜାରି ରଖିଥିବା କନ୍ଧମାଳ ସାଂସଦଙ୍କୁ ସମସ୍ତେ ଧନ୍ୟବାଦ ଜ୍ଞାପନ କରିଛନ୍ତି |

ଛୋଟ ରୁ ବଡ଼ ସମସ୍ତେ ଡ଼ଃ ଅଚ୍ୟୁତ ସାମନ୍ତଙ୍କ ଏହି ଶିବିରରେ ଯୋଗ ଦେଇ ମାଗଣାରେ ଚିକିତ୍ସା ସେବା ପାଇବା ସହ ମାଗଣା ଔଷଧ ପାଇଛନ୍ତି |

Comments are closed.