୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗୋବର ଖତ ଗାଡ଼ିରେ ଗଞ୍ଜେଇ ଚାଲାଣ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ //
ଲମତାପୁଟ ତା୧୫/୦୨: ଅଭିନବ ଉପାୟରେ ଗଞ୍ଜାଇ ଚୋରାଚାଲାଣ । ସୁଚନା ଅନୁସାରେ ଲମତାପୁଟ ମାଛକୁଣ୍ଡ ପୋଲିସ ଭୋର ସମୟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ତୁସୁବା ଛକ ନିକଟରେ ଏକ ବୋଲେରୋ ପିକପ୍ ଗାଡ଼ି ଦୃତ ଗତିରେ ଆସୁଥିବା ଦେଖି ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିବାରୁ ଗୋବର ଖତ ଭିତରେ ଗଞ୍ଜେଇ ରହିଥିବାର ଜଣାପଡିଥିଲା |

ଯାହାକି ୧କୁଇନ୍ଟଲ୍ ୫୬ କେଜି ଗଞ୍ଜେଇ । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାର ହେବ ବୋଲି ପୋଲିସ ପ୍ରକାଶ କରିଛି । ଗାଡ଼ିଟି ଅଟକିବା ପୁର୍ବରୁ ଦୁଇ ଜଣ ଫେରାର ହୋଇଯାଇଥିବା ବେଳେ ଡ୍ରାଇଭର ଜୟପୁର ବାରଣିପୁଟର ସତ୍ୟାନନ୍ଦ ସ୍ବାଇଁ କୁ ପୋଲିସ କାବୁ କରିଛି | ଅଧିକ ପଚରାଉଚରା କଲା ପରେ ଜଣା ପଡିଛି କି ଜବତ ଗଞ୍ଜେଇ ସ୍ଥାନୀୟ ସୁର୍ମି ଗାଁରୁ ସିମିଳିଗୁଡା କୁ ଯାଇ ଛତିଶଗଡ଼ର ରାଞ୍ଚିକୁ ଚାଲାଣ କରାଯାଉଥିଲା । ଜବତ ଗଞ୍ଜେଇ ଚୋରାଚାଲାଣରେ କେଉଁ ମାନେ ସଂପୃକ୍ତ ଅଛନ୍ତି ଓ କେତେ ଦୁର ଏହାର ଚେର ଲମ୍ବିଛି ଏନେଇ ଅନେକ ତଥ୍ୟ ହାସଲ କରିଛନ୍ତି ପୋଲିସ | ଏହି ଚଢାଉ ସମୟରେ ମାଛକୁଣ୍ଡ ଥାନା ଅଧିକାରୀ ପ୍ରଫୁଲ୍ଲ ଲାକ୍ରା, ସୁବ୍ରତ ପଣ୍ଡା ଲମତାପୁଟ ଫାଣ୍ଡି ଅଧିକାରୀ ମନୁଆ ବିଡିକା ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.