ନୂତନ ଥାନା ଉଦଘାଟନ କଲେ ଡ଼ିଆଇଜି, ବନ୍ଧୁଗାଁ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା୧୭/୨୦: ବନ୍ଧୁଗାଁ ବ୍ଲକ ପାଇଁ କରାଯାଇଥିବା ନୂତନ ଥାନା ଆଜି ଉଦଘାଟନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ଜିଲା ଡି.ଆଇ.ଜି ଶ୍ରୀ ସେଫିନ ଆହୋମଦ ଫିତା କାଟି ଉଦଘାଟନ କରିବା ପରେ ନୂତନ ଥାନାର ସମସ୍ତ ଗୃହକୁ ବୁଲି ଦେଖି ଖୁସି ହୋଇଥିଲେ |

ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିଲେ ଜିଲା ଆରକ୍ଷୀ ଅଧିକାରୀ ଶ୍ରୀ ମୁକେଶ କୁମାର ଭାମୁ | ଏଥିରେ ଲୋଷ୍ମୀପୁର ସବ୍ଡିଭିଜିନାଲ ଆରକ୍ଷୀ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ନାୟକ ଓ ବନ୍ଧୁଗାଁ ବିଏସଏଫ ୬୮ ବ୍ୟାଟଲିୟନର କମାଣ୍ଡାଣ୍ଟ ଶ୍ରୀ ଡି. ରାଉତେଲା ଓ ଯୋଗେନ୍ଦ୍ର ଓ ଏସ ଆଇ ସ୍ରୋ ପ୍ରଦୀପ କୁମାର,ଏଲ ଟି ଟାଇଟେ, ପି କେ ବୋଲ, ବନ୍ଧୁଗାଁ ଥାନା ଅଧିକାରୀ ଓ. ଆଇ. ସି. ଶ୍ରୀ ତପନ କୁମାର ନାହାକ, ଏ.ଏସ.ଆଇ ଶବର ଲାଲ ନେହେରୁ, ଏସପରି ଷଡ଼ଙ୍ଗୀ, ରାଧାରମୋଣ ବେହେରା ଓ ଗୃହ ରକ୍ଷକ ଓ କନେଷ୍ଟବଳ, ହାବିଲଦାରଙ୍କ ସହ ବ୍ଲକ ବିଜେଡି ସଭାପତି ଶ୍ରୀ ସାର୍ଷା ଭାଦ୍ରା (ନାଗା), କଂଗ୍ରେସ ସାଂସଦ ପ୍ରତିନିଧି ଶ୍ରୀ ଲକ୍ଷଣ ଖସଲା, ବିଜେପି ଜିଲା ଉପସଭାପତି ଶ୍ରୀ ଶରତ ପାତ୍ର ଓ ସଭାପତି ମଧୁ ଘଣ୍ଟା,

ବ୍ଲକ ଅଧ୍ୟକ୍ଷ ଶ୍ରୀ ମୋତି ପ୍ରମିଳା ଜାକାକା, ଉପାଧ୍ୟକ୍ଷ ଶ୍ରୀମତୀ ସସ୍ମିତା ମେଲେକା, ଜିଲା ପରିସଦ ଜନ-୨ ଶ୍ରୀମତୀ ସରିତା ସାରଥୀ, ବ୍ଲକ କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ଦେବୋର ପୋଲି ୧୩ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ /ସଭ୍ୟା ଓ ଚାଷୀ ମୂଲିଆ ଆଦିବାସୀ ସଂଘର ସଭାନେତ୍ରୀ କୋଣ୍ଡାଗୋରୀ ପାଇଡାମା, କୋଣ୍ଡାଗୋରୀ ସୁରୁମା ଓ ବ୍ଲକ ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ ଜେମା ଟୋପ ଓ ବ୍ଲକର ଆଇନଜୀବୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

ଉଦଘାଟନ ସମୟରେ ଭୋଜନ ଓ କିଛି ମନରଞ୍ଜନ ପାଇଁ ଉଦବୋଧନ ଓ ଗୀତ ସହ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା | ବନ୍ଧୁଗାଁ ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ସହ ବନ୍ଧୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ବନ୍ଧୁଗାଁର ଛାତ୍ର ଛାତ୍ରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ |

Comments are closed.