ସଫଳ କୁକୁଡ଼ା ଚାଷୀ ଙ୍କୁ ରାଜ୍ୟ ସ୍ତରୀୟ ପୁରସ୍କାର

0
121
ସଫଳ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୬/୦୨) : ସଫଳ କୁକୁଡ଼ା ଚାଷୀ ଙ୍କୁ ରାଜ୍ୟ ସ୍ତରୀୟ ପୁରସ୍କାର । କାଶୀନଗର ବ୍ଲକ ଅନ୍ତର୍ଗତ ହାଡୁଭାଙ୍ଗି ଗ୍ରାମର ଜଣେ କୁକୁଡ଼ା ଚାଷୀ ପେଡିଁଟି ଜଗଦୀଶ୍ଵର ରାଓ ଅଣ୍ଡା ଦିଆ କୁକୁଡ଼ା ଚାଷ କରି ରାଜ୍ୟ ସ୍ତରୀୟ କୃଷି ଓଡିଶା ଶିବିର (୨୦୨୩) ତରଫରୁ ରାଜ୍ୟ ସ୍ତରୀୟ ପୁରସ୍କାର ଦିଆଯାଇଥିଲା ।WhatsApp Image 2023 02 25 at 18.28.59 ସଫଳ କୁକୁଡ଼ା ଚାଷୀ ଙ୍କୁ ରାଜ୍ୟ ସ୍ତରୀୟ ପୁରସ୍କାର

ଜଗଦୀଶ୍ଵର ରାଓ ଅଣ୍ଡା ଦିଆ କୁକୁଡ଼ା ଚାଷ କରି ରାଜ୍ୟ ସ୍ତରୀୟ କୃଷି ଓଡିଶା ଶିବିର (୨୦୨୩) ତରଫରୁ ପ୍ରିନସିପାଲ ସେକ୍ରେଟାରୀ ଏସ.କେ.ବଶିଷ୍ଟ ଏଫ ଓ ଆର.ଡି, ଏବଂ ୱାୟ. ବିଜୟ ଡାଇରେକଟର ଏ.ଏଚ ଓ ଭି. ଏସ ଙ୍କ ଉପସ୍ଥିତିରେ ଦଶ ହଜାର ଟଙ୍କା ନଗଦ ରାଶି ପାଇବା ସହ ମାନପତ୍ର ପାଇଥିବା କାଶୀନଗର ପଶୁ ଚିକିତ୍ସକ ଲିପି ଲେଖା ସ୍ୱାଇଁ ସୂଚନା ଦେଇଛନ୍ତି । ସେ କହିଛନ୍ତି ପଶୁ ପାଳନ, ଦୁଗ୍ଧ, ଅଣ୍ଡା, ମାଛ ଏପରି ବିଭିନ୍ନ ଲାଭ ଜନକ ଚାଷ କରିବା ନିମନ୍ତେ ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ମାନ ରହିଛି ଏବଂ ଚାଷୀ ମାନଙ୍କୁ ଆମ ବିଭାଗ ଏହି ଯୋଜନା ମାନ ଗ୍ରହଣ କରି ଅଧିକା ଉତ୍ସାହିତ କରିବା ପାଇଁ ସେମାନଙ୍କୁ ଟ୍ରେନିଂ ଓ ପ୍ରୋତ୍ସାହନ ଦେବା ସହ ଆତ୍ମନିର୍ଭରଶିଳ କରାଇବା ନିମନ୍ତେ ସବିବେଳେ ଚେଷ୍ଟା କରାଯାଉଛି । କାଶୀନଗର ର ଜଣେ ସଫଳ ଚାଷୀଙ୍କୁ ଓଡିଶା ସରକାର ଙ୍କ ଏ.ଏଚ ଓ ଭି.ଏସ ବିଭାଗ ପୁରସ୍କୃତ କରିଥିବାରୁ ଉନ୍ନୟନ ଅଧିକାରୀ କପିଳେଶ୍ଵର ତାଣ୍ଡି ଧନ୍ୟବାଦ ସହ କୃତଜ୍ଞ ଜ୍ଞାପନ ଜଣାଇଛନ୍ତି ।