ଟାଟା ପୱେର ଦକ୍ଷିଣାଞ୍ଚ ଡିଭିଜନ ର ଗ୍ରାହକ ସମ୍ପର୍କ ଶିବିର ଅନୁଷ୍ଠିତ

0
115
ଟାଟା ପୱେର

ରିପୋର୍ଟ : ପ୍ରଣତି ସାବତ
ଗଜପତି, (୨୬/୦୨) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠ ରେ ଥିବା ସେନଚୁରିଆନ ପବ୍ଲିକ ସ୍କୁଲ ରେ ଟାଟା ପୱେର ଦକ୍ଷିଣାଞ୍ଚଳ ବଣ୍ଟନ ଡିଭିଜନ ତରଫରୁ ଏକ ଗ୍ରାହକ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 02 25 at 15.08.42 ଟାଟା ପୱେର ଦକ୍ଷିଣାଞ୍ଚ ଡିଭିଜନ ର ଗ୍ରାହକ ସମ୍ପର୍କ ଶିବିର ଅନୁଷ୍ଠିତ

ଏହି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ବହୁ ଗ୍ରାହକ ଏହି ଶିବିର ରେ ଯୋଗ ଦେଇଥିଲେ । ଏହି ଶିବିର ଙ୍କୁ ସିଆରସି ପାରଳାଖେମୁଣ୍ଡି ଆୟୋଜନ କରିଥିବା ବେଳେ ଇଞ୍ଜିନିୟର ଅନିଲ ଭୋଇ, ସି ଆର ଓ ଆକାଶ ପାଇକରାୟ ସି ଆର ଇ ନନ୍ଦୁ ପଟନାୟକ ପରିଚାଳନା କରିଥିଲେ । ଟାଟା ପୱେର ଦକ୍ଷିଣାଞ୍ଚ ଡିଭିଜନ ର ଗ୍ରାହକ ସମ୍ପର୍କ ଶିବିର ମାଧ୍ୟମ ରେ ଡିଜିଟାଲ ପୈଠ, ଏକ କାଳୀନ ଚୁକ୍ତି ମାଧ୍ୟମ ରେ ବୋକେୟା ପୈଠ ୩୦% ଛାଡ଼ ଓ ଅନ୍ୟାନ୍ୟ ବିଷୟ ନେଇ ସଚେତନ କରାଯାଇଥିଲା । ସ୍କୁଲ ର ଅଧ୍ୟକ୍ଷା ସୁନିତା ପାଣିଗ୍ରାହୀ ଓ ପ୍ରଦୀପ ପଣ୍ଡା, ବିଜୟ ଶତପଥୀ ଙ୍କ ଧନ୍ୟବାଦ ଦିଆଯାଇଥିଲା ।