ଜେ କେ ଯାତ୍ରୀବାହୀ ବସ ଓଲଟି ୩ ଜଣଙ୍କ ମୃତ୍ୟୁ ୫ଜଣ ଗୁରୁତର ସହ ୩୦ରୁ ଉର୍ଦ୍ଧ୍ବ ଆହତ

ରିପୋର୍ଟ : ଏ .ସତୀଶ , ନବରଙ୍ଗପୁର
ନବରଙ୍ଗପୁର(୧୬/୦୨): ଜୟପୁର ରୁ ଚନ୍ଦହାଣ୍ଡି ଯାଉଥିବା ଜେ କେ ଯାତ୍ରୀବାହୀ ବସ ପାପଡାହାଣ୍ଡି ନିକଟ ମୃଗ ବିହାର ଠାରେ ଭାରସାମ୍ୟ ହରାଇ ଓଲଟି ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ସହ ୩୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ଜଣାପଡିଛି ।

ଗାଡି ନଂ ଓଡ଼ି ୧୦ ସି ୧୧୧୪ ବସ ମୃଗ ବିହାର ଜାତୀୟ ରାଜପଥ ସମ୍ମୁଖରେ ହଠାତ ଗାଈ ଓ ବାଛୁରୀ ଆସିଯିବାରୁ ଗାଈ ଓ ବାଛୁରୀକୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିର ‘ମୃଗ ବିହାର’ ନିକଟରେ ଘଟିଥିବା ଯାତ୍ରୀବାହୀ ବସ୍‌ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପାପଡାହାଣ୍ଡି ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି । ମୃତକମାନଙ୍କ ପରିଚୟ ମିଳିପାରି ନାହିଁ । ସୂଚନା ଅନୁସାରେ କୋରାପୁଟ ଜିଲ୍ଲାର ଜୟପୁର ଠାରୁ ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥର ପାପଡ଼ାହାଣ୍ଡିର ମୃଗ ବିହାର ନିକଟରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ଗାଈ ଓ ବାଛୁରୀମାନେ ରାସ୍ତା ଅତିକ୍ରମ କରୁଥିଲେ। ଗାଈ ଓ ବାଛୁରୀଙ୍କୁ ବଞ୍ଚାଇବା ପାଇଁ ଚାଳକ ବସ୍‌କୁ ଡାହାଣ ପାର୍ଶ୍ୱକୁ ନେଇଥିଲେ । ମାତ୍ର ସେ ଭାରସାମ୍ୟ ହରାଇବାରୁ ବସ୍‌ଟି ବାମ ପାର୍ଶ୍ୱକୁ ଓଲଟି ପଡ଼ିଥିଲା ।ସୂଚନା ମିଳିବା ପରେ ନବରଙ୍ଗପୁର ଏସ୍‌ପି ନୀତିନ କୁଶଲକର ନିଜେ ଘଟଣାସ୍ଥଳକୁ ପହଞ୍ଚିଥିଲେ ।

ଅଳ୍ପ ସମୟ ପରେ ଦମକଳ ବାହିନୀ ପହଂଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣା ସ୍ଥଳରେ ୨ଜଣ ଯାତ୍ରୀଙ୍କୁ ମୃତ ହେଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହେଇଛି ।ପରେ ଏକ ଜେସିବି ଦ୍ୱାରା ବସ୍‌କୁ ଉଦ୍ଧାର କରାଯାଇଥିଲା । ପ୍ରାୟ ଅଧ ଘଣ୍ଟା ଯାଏଁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଲୋକଙ୍କର ଭିଡ଼ ଲାଗିଥିଲା । ଗମନାଗମନ କିଛି ସମୟ ପାଇଁ ବନ୍ଦ ହୋଇ ଯାଇଥିଲା । ଗୁରୁତର ବ୍ୟକ୍ତି ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ କୋରାପୁଟ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନାହିଁ । ନବରଙ୍ଗପୁର ମୁଖ୍ୟ ମେଡିକାଲ ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ସମେତ ଏସ୍‌ପି ନୀତିନ କୁସଲକର ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ଓ ଆହତ ଯୁବକ ଯୁବତୀ ମାନକୁ ପଚାରି ବୁଝିଥିଲେ । ମୃତ୍ୟୁ ଯୁବକ ମାନେ ରାଜ୍ୟ ସରକାର ପକ୍ଷରୁ ୨ଲକ୍ଷ ଟଙ୍କା ସହାୟତା ପାଇବେ ବୋଲି ଜିଲ୍ଲାପାଳ କହିଛନ୍ତି ।

Comments are closed.