୧୫୦ ତମ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ଗାନ୍ଧିରଥ ପରିକ୍ରମା

ରିପୋର୍ଟ: ଜଗଦୀଶ ଦାସ //
ରାଇକିଆ(୧୭/୦୨): ୧୫୦ ତମ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ଫୁଲବାଣୀ ସ୍ଵେଚ୍ଛାସେବୀ ସଙ୍ଗଠନ ତରଫରୁ ଆଜି ଗାନ୍ଧୀ ରଥ ରାଇକିଆ ବ୍ଲକର ସହର ପରିକ୍ରମା କରିବା ସହିତ ସୁଧାକିରଣ ଆବାସିକ ମହାବିଦ୍ୟାଳୟ ରାଇକିଆଠାରେ ପାଳିତ ହୋଇଯାଇଛି ।

ସୁଧାକିରଣ ଆବାସିକ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ରଥକୁ ସ୍ଵାଗତ କରିବା ପରେ ଗାନ୍ଧୀଙ୍କ ପ୍ରତିଛବିକୁ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ । ଏଥିରେ ପ୍ରାୟ ୧୫୦ ଜଣ ଛାତ୍ର ଛାତ୍ର ସାମିଲ ହେବା ସହିତ ରଥର ଚତୁର୍ଥ ପାର୍ଶ୍ଵରେ ଲଗାଯାଇଥିବା ଗାନ୍ଧୀଙ୍କ ବାଣୀ ଗୁଡ଼ିକ ପଠନ କରିଥିଲେ ଓ ବିଦ୍ୟାଳୟମାନଙ୍କରେ ନୈତିକ ଶିକ୍ଷା ତଥା ମହାପୁରୁଷଙ୍କ ଜୀବନୀ ବିଷୟରେ ମଧ୍ୟ ପ୍ରତି ମାସରେ ଥରେ କିମ୍ବା ସପ୍ତାହକୁ ଥରେ ପଢ଼ା ଯିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ କରିଛନ୍ତି । ଗାନ୍ଧୀଙ୍କ ବିଚାର ଧାରା ଓ ଅହିଂସା ନୀତି ଫଳରେ ସାରା ଭାରତକୁ ସ୍ଵାଧୀନତା ଆଣିବାରେ ସଫଳ ହୋଇଥିଲା ଓ ଏହି ନୀତି ଆଦର୍ଶ ଓ ବିଚାର ଧାରାକୁ ନେଇ ଯୁବ ସମାଜର ପରିବର୍ତ୍ତନ ଦିଗରେ ନିଜକୁ ନିୟୋଜିତ କରିବା। କନ୍ଧମାଳ ଜିଲ୍ଲାରେ ନିଶା ନିବାରଣ, ସ୍ଵଚ୍ଛତା, ମହିଳାମାନଙ୍କୁ ସମ୍ମାନ, ଛୁଆଁ ଅଛୁଆଁ ଭେଦଭାବ ହଟେଇବା, ଦୂର୍ନୀତି ନିବାରଣ କରିବା ଓ ପିତା ମାତାଙ୍କ ଅନୁଶାସନ ପାଇଁ ବର୍ତ୍ତମାନ ସ୍ଥିତିରୁ ଏହାକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ଭକ୍ତବ୍ୟରେ କହିଥିଲେ ।

ଛାତ୍ର ସମାଜରେ ଗାନ୍ଧୀଙ୍କ ବିଚାର ଧାରା ଆସିବା ଆବଶ୍ୟକତା ରହିଛି ଓ ଗାନ୍ଧୀଙ୍କ ନୀତି ଅବଲମ୍ବନ କରିବା ଏକାନ୍ତ କାମ୍ୟ ବୋଲି ବକ୍ତବ୍ୟରେ କହିଛନ୍ତି । ଫୁଲବାଣୀ ସ୍ଵେଚ୍ଛାସେବୀ ସଙ୍ଗଠନର ଆବାହକ ଶ୍ରୀ ଅଶୋକ ପରିଡ଼ା ଓ ଅନ୍ତରଙ୍ଗ ଜିଲ୍ଲା ସମ୍ପାଦକ ଶ୍ରୀ ହୃଷିକେଶ ପ୍ରଧାନ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ନିରଞ୍ଜନ କହଁର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Comments are closed.