ବୀରନରସିଂହପୁର ଗ୍ରାମ ପଂଚାୟତ ରେ ଦୁର୍ନିତୀ ଅଭିଯୋଗ ଆଣିଲେ ପଂଚାୟତ ବାସୀ

0
413

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, ବୌଦ୍ଧ,(୨୧/୦୮) : ଆଜି ବୀରନରସିଂହପୁର ଗ୍ରାମ ପଂଚାୟତ ର ଅଧିବାସୀ ପଂଚାୟତର ଦୁର୍ନିତୀ ଅଭିଯୋଗ ଆଣିଛନ୍ତି । ୭ ନମ୍ବର ଓ୍ବାର୍ଡ ସଭ୍ୟ କେଦାର ମହାକୁଡ଼ ନେତ୍ରୁତ୍ଵରେ ପଂଚାୟତର ଏକ ପ୍ରତିନିଧି ଦଳ ଉପ ଜିଲାପାଳ, ଜିଲାପାଳଙ୍କ ଉଦ୍ଦେଶ୍ଯରେ ପଂଚାୟତ ପି.ଇ.ଓ ଙ୍କ ଜରିଆରେ ପଂଚାୟତକୁ ସ୍ପେସାଲ୍ ଅଡିଟ୍ କରିବା ପାଇଁ ଦାବି ଜଣାଇଛନ୍ତି ।

ବୀରନରସିଂହପୁର ଗ୍ରାମ ପଂଚାୟତ ରେ ବିନା ପଲ୍ଲିସଭା, ଗ୍ରାମସଭାରେ ଲୋକଙ୍କୁ ନ ଜଣାଇ, ବିନା ଭିଜିଲାନ୍ସ କମିଟିରେ କାର୍ୟ୍ଯ କରାଯିବା, ପ୍ରକୃତ ଶ୍ରମିକଙ୍କ ଲେବର କାର୍ଡ ଫଲ୍ସ୍ କରିବା ଏବଂ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନିତୀ ଅଭିଯୋଗ ପଂଚାୟତ ବାସି ଆଣୁଛନ୍ତି । ମନରେଗାର ପ୍ରତ୍ୟେକ କାର୍ଯ୍ୟ ଏବଂ ପଂଚାୟତକୁ ଆସୁଥିବା ବିଭିନ୍ନ ଅନୁଦାନର ସ୍ପେସାଲ୍ ଅଡିଟ କରିବା ପାଇଁ ପ୍ରତିନିଧି ଦଳ ଦାବି କରିଛନ୍ତି ।

ହାଡିବନ୍ଧୁ ସାହୁ, ନେତ୍ରାନନ୍ଦ କହଁର, ବାଲ୍ମିକୀ ମହାକୁଡ଼, ଚିତ୍ତ ରଂଜନ ସାହୁ, ବିଭୁତି ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ । ଦ୍ରୁଢ କାର୍ଯାନୁଷ୍ଟାନ ନ ନେଲେ ପଂଚାୟତ ବାସି ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ପ୍ରତିନିଧି ଦଳ ସୁଚନା ଦେଇଛନ୍ତି।