Friday, March 29, 2024

Top 5 This Week

Related Posts

ଉତ୍କଳ ଆଲୁମିନାର ରକ୍ତଦାନ ଶିବିରରେ ରେକର୍ଡ ୧୫୩ ୟୁନିଟ ରକ୍ତ ସଂଗୃହୀତ

ରିପୋର୍ଟ : ଗୋପୀନାଥ ଗୌଡ଼
ଭୁବନେଶ୍ୱର/ଟିକିରି, (୨୫/୦୨) : ଏହି ଅଞ୍ଚଳର ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ନିରଳସ ଭାବରେ ଚାଲିଥିବା ପ୍ରୟାସର ଅଂଶସ୍ୱରୂପ ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଏହାର ନୂଆପଡା ଟାଉନସିପ କ୍ଲବ ହାଉସ ଠାରେ ୨୦୨୩ ଫେବୃଆରୀ ୨୩ ତାରିଖରେ ରାୟଗଡା ଜିଲ୍ଲା ରକ୍ତ ଭଣ୍ଡାର ସହଯୋଗୀତାରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲା । ଉତ୍କଳ ଆଲୁମିନାର ରକ୍ତଦାନ ଶିବିରରେ ରେକର୍ଡ ୧୫୩ ୟୁନିଟ ରକ୍ତ ସଂଗୃହୀତ କରାଯାଇଥିଲା ।WhatsApp Image 2023 02 24 at 22.03.53 ଉତ୍କଳ ଆଲୁମିନାର ରକ୍ତଦାନ ଶିବିରରେ ରେକର୍ଡ ୧୫୩ ୟୁନିଟ ରକ୍ତ ସଂଗୃହୀତ

ଉତ୍କଳ ଆଲୁମିନାର କର୍ମଚାରୀବୃନ୍ଦ ଏବଂ ସେମାନଙ୍କର ପରିବାର ସଦସ୍ୟଗଣ, ଉଜ୍ଜ୍ୱଳ ଉତ୍କଳ (ମହିଳା କ୍ଲବ) ସଦସ୍ୟାବୃନ୍ଦ, ସୁରକ୍ଷା କର୍ମଚାରୀ, ନିରାପତ୍ତା ଓ ଅଗ୍ନିଶମ କର୍ମଚାରୀ,କାଶୀପୁର ଡ୍ରାଇଭର ସଂଘ, ଟିକିରି ବଣିକ ସଂଘ, ସହଭାଗୀ ପ୍ରତିଷ୍ଠାନର କର୍ମଚାରୀଗଣ, କର୍ମଚାରି ୟୁନିଅନ, ଚୁକ୍ତି ଭିତ୍ତିକ କର୍ମଚାରୀ, ଶ୍ରମିକ ଏବଂ ଡ଼ିପି (ସ୍ତାନାନ୍ତରିତ ବ୍ୟକ୍ତି) କମିଟି ତଥା ଜନସାଧାରଣ ସାମାଜିକ କାରଣ ନିମନ୍ତେ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ, ଯାହା ରାୟଗଡା ଜିଲ୍ଲାର ରକ୍ତ ଆବଶ୍ୟକ ପୂରଣ କରିପାରିବ । ଏହି ଶିବିରରୁ ୧୫୩ ୟୁନିଟ ରକ୍ତ ସଂଗୃହୀତ ହୋଇଛି ।

ଶ୍ରୀ ଧର୍ମାନନ୍ଦ ବେହେରା, ଏଡିଏମ, ରାୟଗଡା ରକ୍ତଦାନ ଶିବିର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଶ୍ରୀ ମଜହର ବେଗ, ୟୁନିଟ ହେଡ଼ ଉତ୍କଳ ଆଲୁମିନା, ଡଃ.ଲୋପାମୁଦ୍ରା ପ୍ରିୟଦର୍ଶିନୀ, ହେଡ଼ ସିଏସଆର, ସିଆର ଆଣ୍ଡ ସେଷ୍ଟେନିବିଲିଟି, ଉତ୍କଳ ଆଲୁମିନା, ଡଃ.ଗୌତମ ପଟ୍ଟନାୟକ, ବ୍ଲଡ଼ ବ୍ୟାଙ୍କ ଅଫିସର, ରାୟଗଡା, ଶ୍ରୀ ଗୋବିନ୍ଦ ନାୟକ ପ୍ରେସିଡେଣ୍ଟ ଡ଼ିପି କମିଟି, ଶ୍ରୀ ଆଲାର୍ମ ବାତ୍ରା, ସେକ୍ରେଟାରୀ ଡ଼ିପି କମିଟି, ଶ୍ରୀ ଜୟଦାନ ନାୟକ, ପ୍ରେସିଡେଣ୍ଟ, କର୍ମଚାରୀ ୟୁନିଅନ, ଶ୍ରୀ ଜଗଜ୍ଜିବନ ନାୟକ, ପ୍ରେସିଡେଣ୍ଟ, ଡ୍ରାଇଭର ସଂଘ କାଶୀପୁର, ଶ୍ରୀ ମୁନ୍ନା ନାୟକ, ଟିକିରି ବଣିକ ସଂଘ ପ୍ରମୁଖ ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗଦେଇଥିଲେ ।WhatsApp Image 2023 02 24 at 22.03.55 ଉତ୍କଳ ଆଲୁମିନାର ରକ୍ତଦାନ ଶିବିରରେ ରେକର୍ଡ ୧୫୩ ୟୁନିଟ ରକ୍ତ ସଂଗୃହୀତ

ସମଗ୍ର ଦେଶରେ ରକ୍ତଦାନ ନିମନ୍ତେ ଆଗ୍ରହ ଓ ଉତ୍ସାହର ସହିତ ସଚେତନତା ସୃଷ୍ଟି କରୁଥିବା କିରଣ ବର୍ମା ଅନ୍ୟତମ ଅତିଥି ଭାବରେ ଉଦ୍ଘାଟନୀ ଉତ୍ସବରେ ପ୍ରେରିତ ଏବଂ ଉତ୍ସାହିତ କରିଥିଲେ । ସେ ରକ୍ତଦାତା ମାନଙ୍କୁ ରକ୍ତ ଦାନ କରିବା ଏବଂ ଜୀବନ ବଞ୍ଚାଇବା ନିମନ୍ତେ ପ୍ରେରିତ ଏବଂ ଉତ୍ସାହିତ କରିଥିଲେ । ଶ୍ରୀ ବର୍ମା ଦିଲ୍ଲୀରୁ ପ୍ରାୟ ୧୧,୦୦୦ କିଲୋମିଟର ରୁ ଅଧିକ ରାସ୍ତା ଚାଲି ଚାଲି ଟିକିରିରେ ପହଂଚିଥିଲେ ଏବଂ ସେ ୨୧,୦୦୦ କିଲୋମିଟର ପାଠ ପାଦରେ ଚାଲିଚାଲି ଅତିକ୍ରମ କରିବା ନିମନ୍ତେ ରଖିଥିବା ଲକ୍ଷ୍ୟ ହାସଲ ନିମନ୍ତେ ତାଙ୍କର ଯାତ୍ରା ଜାରି ରଖିବେ । ତାଙ୍କର ଉପସ୍ଥିତି ରକ୍ତଦାତା ମାନଙ୍କୁ ବାସ୍ତବରେ ପ୍ରେରିତ କରିଥିଲା ।

ଡଃ.ଲାଲମୋହନ ରାଉତରାୟ, ସିଡିଏମଓ, ରାୟଗଡା ଏବଂ ଶ୍ରୀ ଭୀମସେନ ଶବର, ସବ-କଲେକ୍ଟର ରାୟଗଡା ଏହି କାର୍ଯ୍ୟମରମରେ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇଥିଲେ । ଜିଅଁ ବଞ୍ଚାଇବା ନିମନ୍ତେ ରକ୍ତଦାନ ଏକ ସରଳ ଅଥଚ ଶକ୍ତିଶାଳୀ ମାଧ୍ୟମ ଏବଂ ଆମର ରକ୍ତଦାନ ରକ୍ତ ଆବଶ୍ୟକ କରୁଥିବା ଜଣକ ପାଇଁ ଜୀବନରେ ପରିବର୍ତ୍ତନକାରୀ ପାର୍ଥକ୍ୟ ଆଣିପାରିବ ବୋଲି ଉଲ୍ଲେଖ କରିବା ସହିତ ସେମାନେ ଏହି ପ୍ରୟାସ କୁ ସମର୍ଥନ ଜଣାଇଥିଲେ ଏବଂ ଊତ୍ସହିତ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ରାୟଗଡା ରକ୍ତଦାନ ଅଭିଯାନ ଆୟୋଜନ ନିମନ୍ତରରେ ଉତ୍କଳ ଆଲୁମିନାର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ । ଜୀବନ ବଞ୍ଚାଇବା ନିମନ୍ତେ ରକ୍ତଦାନର ଗୁରୁତ୍ୱକୁ ସେ ଦୋହରାଇବା ସହିତ ଭବିଷ୍ୟତରେ ଏହିଭଳି ବାରମ୍ବାର ଅଧିକ ଶିବିର ଆୟୋଜନ କରିବାକଳୁ ଟିମକୁ ଉତ୍ସାହିତ କରିଥିଲେ ।WhatsApp Image 2023 02 24 at 22.03.54 ଉତ୍କଳ ଆଲୁମିନାର ରକ୍ତଦାନ ଶିବିରରେ ରେକର୍ଡ ୧୫୩ ୟୁନିଟ ରକ୍ତ ସଂଗୃହୀତ

ରାୟଗଡା ସବକଲେକ୍ଟର ଶ୍ରୀ ଶବର ସ୍ବେଛାକୃତ ରକ୍ତଦାନ ଅଭିଯାନ ଆୟୋଜନ କରିବାରେ ଉତ୍କଳ ଆଲୁମିନାର ନିରଳସ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ ଭବିଷ୍ୟତରେ ଏହି ଧରଣର ପ୍ରୟାସଗୁଡିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ଣ୍ଣସମର୍ଥନ ଯୋଗାଇ ଦିଆଯିବ ବୋଲି ସେ ମଧ୍ୟ ଆୟୋଜକ ମାନଙ୍କୁ ପୁନଃପ୍ରତିଶୃତି ଦେଇଥିଲେ । ନିଜର ଆୟୋଜନକରି ଉଦବୋଧନରେ ଶ୍ରୀ ମଜହର ବେଗ, ୟୁନିଟ ହେଡ଼ ଓ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା, ରକ୍ତଦାନ ମାନବ ସମାଜ ପ୍ରତି କିଭଳି ଏକ ଅମୂଲ୍ୟ ଅବଦାନ, ତାହାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ।ଜନସମୁଦାୟ ଏବଂ ସମାଜର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସ୍ୱାସ୍ଥ୍ୟ ଓ କଲ୍ୟାଣ ପ୍ରତି ଉତ୍କଳ ଆଲୁମିନାର ପ୍ରତିବଦ୍ଧତା ସେ ପୁନଃପ୍ରକାଶ କରିଥିଲେ । ସେ କହିଥିଲେ, “ଜିଲ୍ଲା କତୃପକ୍ଷଙ୍କ ସହିତ ଏଭଳି ସହଯୋଗୀତାକୁ ନେଇ ଆମେ ଏକ ସୁସ୍ଥ ଏବଂ ଦାୟିତ୍ତ୍ୱ ସମ୍ପର୍ଣ୍ଣ ସମାଜ ଗଠନ ଦିଗରେ ପ୍ରତିବଦ୍ଧ ରହିଛୁ ।”

ଏକ ଦାୟିତ୍ୱ ସମ୍ପର୍ଣ୍ଣ କର୍ପୋରେଟେ ସଂସ୍ଥା ଭାବରେ ୟୁଏଆଇଏଲ ତାହାର ପରିପାଶ୍ୱିକ ଗ୍ରାମଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ତଥା ସାମାଜିକ ପ୍ରସଙ୍ଗ ଗୁଡିକର ସମାଧାନ କ୍ଷେତ୍ରରେ ଗଭୀର ଭାବରେ ନିୟୋଜିତ ରହିଛି ଏବଂ ନିଜର ସିଏସଆର କାର୍ଯ୍ୟକ୍ରମଗୁଡିକୁ କାର୍ଯ୍ୟକାରୀ କରୁଛି । ମୋଟ ଉପରେ ୟୁଏଆଇଏଲ ୮୪ଟି ଗ୍ରାମରେ ନିୟୋଜିତ ରହିବ ସହିତ ଓଡ଼ିଶାରେ ୩୦,୦୦୦ ରୁ ଅଧିକ ଜନସଂଖ୍ୟା କୁ ସେବା ଯୋଗାଉଛି ।

Popular Articles