ବ୍ଲକ ସ୍ତରୀୟ ପରାର୍ମଶ ଶିବିର ଅନୁଷ୍ଠିତ

0
301
ବ୍ଲକ ସ୍ତରୀୟ ପରାର୍ମଶ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର,(୨୪/୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ପରାର୍ମଶ ଶିବିର ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଦକ୍ଷତା ବିକାଶ ମିଶନ, ଜିଲ୍ଲା ନିୟୋଜିତ ପରାମର୍ଶ କେନ୍ଦ୍ର ଓ ବ୍ଲକ ପ୍ରଶାସନ ସହାୟତାରେ ବ୍ଲକ ସ୍ତରୀୟ ପରାର୍ମଶ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ବ୍ଲକ ଅଧ୍ୟକ୍ଷା ଅମ୍ରିତା କଡ୍ର।କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମାନିୟ ଅତିଥି ଭାବେ ବିଡିଓ ସୁନୀଲ କୁମାର ଖରା, ଜିଲ୍ଲା ନିୟୋଜିତ ମିଶନ ଅଧିକାରୀ ସନ୍ତୋଷ ନନ୍ଦ ମଞ୍ଚାସିନ ହୋଇଥିଲେ । ବ୍ଲକର ଶିକ୍ଷିତ ଯୁବକ ଯୁବତୀ ଓ ଛାତ୍ରଛାତ୍ରୀ ମାନେ ଏହି ପରାର୍ମଶ ଶିବିରରେ ବିଭିନ୍ନ ଦକ୍ଷତା ବିକାଶ ଅନୁଷ୍ଠାନ ବିଷମ କଟକ, ରାୟଗଡା, ଗୁଣପୁର ଅଞ୍ଚଳର ଶିଳ୍ପୀ ତାଲିମ ଅନୁଷ୍ଠାନ ପକ୍ଷରୁ ଅଧିକାରୀ ମାନେ ଆସି ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଉକ୍ତ ଅନୁଷ୍ଠାନ ମାନଙ୍କରେ ତାଲିମ ପ୍ରଦାନ କରାଯାଇ ନିଯୁକ୍ତି ଦେବାକୁ ଗ୍ରାମାଞ୍ଚଳରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇ ବେକାର ସମସ୍ୟା ସମାଧାନ ହୋଇ ପାରିବ । ଏମିତିକି ଆତ୍ମନିର୍ଭରଶୀଳ ହୋଇ ଦେଶର ଅର୍ଥନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିବ ବୋଲି ବକ୍ତା ମାନେ ମତବ୍ୟକ୍ତ ଦେଇଥିଲେ । ଏଥିରେ ବିପିଏମ କଳ୍ପତରୁ ବେହେରାଙ୍କ ସହ ସମସ୍ତ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।