ମାନବିକତା ଦେଖାଇଲେ ଫାଣ୍ଡି ଅଧିକାରୀ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ //
ଲମତାପୁଟ। ତା ୧୫/୦୨: ମାନବିକତା ଦେଖାଇଛନ୍ତି ଲମତାପୁଟ ଫାଣ୍ଡି ଅଧିକାରୀ ଶ୍ରୀ ମନୁଆ ବିଡିକା । ଲମତାପୁଟ ପୋଲିସ ପକ୍ଷରୁ ଗାଡ଼ି ପେଟ୍ରୋଲିଙ୍ଗ କରୁଥିବା ସମୟରେ ଲମତାପୁଟ ନିକଟ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟରେ ଏକ ମହିଳା ଜଣକ ମୂର୍ମୂଷ ଅବସ୍ଥାରେ ପଡିରହିଥିବା ଦେଖିବାକୁ ପାଇଥିଲେ ।

ଫାଣ୍ଡିରେ ମହିଳା କର୍ମଚାରୀ ନ ଥିବାରୁ ସ୍ଥାନୀୟ ସ୍ବେଛାସେବୀ ସଂସ୍ଥା ପ୍ରଦାନର ମହିଳା କର୍ମଚାରୀ ମାନଙ୍କ ସହାୟତା ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ମହିଳା ଜଣକ ସୁସ୍ଥ ହେବାପରେ ଜଣାପଡ଼ିଲା କି ସ୍ଥାନୀୟ ବାଆପାନିଗୁଡ଼ାର ଲକ୍ଷ୍ମୀ ପାଙ୍ଗି ଓ ସେ ନିଜ ଘରକୁ ଚାଲି ଚାଲି ଯାଉଥିବା ସମୟରେ ହଠାତ ତଳେ ପଡ଼ିଯାଇଥିବା କହିଚନ୍ତି । ପରେ ଖବର ପାଇ ଲକ୍ଷ୍ମୀଙ୍କ ପୁଅ ଡାକ୍ତରଖାନାରେ ପହଞ୍ଚି ମାଙ୍କୁ ସାଙ୍ଗରେ ଘରକୁ ନେଇ ଫେରିଥିଲେ । ଲମତାପୁଟ ଫାଣ୍ଡି ଅଧିକାରୀ ଶ୍ରୀ ମନୁଆ ବିଡିକାଙ୍କ ଏଭଳି କାର୍ଯ୍ୟକୁ ଅଞ୍ଚଳରେ ବେସ୍ ପ୍ରଶଂସା କରାଯାଉଛି ।

Comments are closed.