ମୁରିବାହାଲ ସି ଏଜ ସି ରେ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ

ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ (୧୫/୦୨): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ସି ଏଜ ସି ରେ ୧୦୮ ନୂଆ ଆମ୍ବୁଲାନ୍ସ ଶୁଭାରମ୍ଭ ହୋଇଯାଇଛି |

ସି ଏଜ ସି ର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡ. ସଂଗ୍ରାମ କେଶରୀ ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ | ଅଂଚଳ ବାସୀଙ୍କ ବହୁତ ଦିନ ଦାବି ରହି ଆସୁଥିବା ଏହି ଆମ୍ବୁଲାନ୍ସ ସେବା ଆଜି ପୂରଣ ହୋଇଥିବାରୁ ସେମାନେ ବହୁତ ଖୁସି ଅନୁଭବ କରିଛନ୍ତି | ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ବଲାଙ୍ଗୀର କ୍ଲଷ୍ଟର ମ୍ୟାନେଜର କୁମାର ଗୌରବ ରଥ, ଚାଲାକ କୃଷ୍ଣ ଚନ୍ଦ୍ର ମାଝୀ, ତପନ ସେଠ, ଇଏମଡି ଆକାଶ ପୁଟେଲ, ଆଟେଣ୍ଡେଣ୍ଟ ସୁନୀଲ କୁମାର ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ |

Comments are closed.