Thursday, March 28, 2024

Top 5 This Week

Related Posts

ଶିକ୍ଷକ ଙ୍କ ଜୋତା ମାଡରେ ଛାତ୍ରଛାତ୍ରୀ ଆହତ : କାର୍ଯ୍ୟ ରୁ ନିଲମ୍ବିତ ହେଳେ ସମ୍ପୃକ୍ତ ଶିକ୍ଷକ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୩/୦୨) : ଶିକ୍ଷକ ଙ୍କ ଜୋତା ମାଡରେ ୨ ଛାତ୍ରଛାତ୍ରୀ ଆହତ ଘଟଣା । କାର୍ଯ୍ୟ ରୁ ଆଜି ସମ୍ପୃକ୍ତ ଶିକ୍ଷକ ଙ୍କୁ ନିଲମ୍ବିତ କରାଯାଇଛି ।

ସୂଚନା ଅନୁସାରେ ଗତ ୧୫ ତାରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସାଲମାଟିକ୍ରା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଙ୍କ ଜୋତା ମାଡରେ ଛାତ୍ରଛାତ୍ରୀ ଆହତ । ଶିକ୍ଷକ ଦେବେନ୍ଦ୍ର କୁମାର ପୁରୋହିତ ସେହି ବିଦ୍ୟାଳୟ ର ଜଣେ ଛାତ୍ର କୁନୁ ବାଘ ଓ ଜଣେ ଛାତ୍ରୀ ଶିବାନୀ ସାଲମାଙ୍କୁ ନିଜ ଜୋତାରେ ସୁଟ ମାରିଥିବା ଅଭିଯୋଗ ହୋଇଥିଲା । ଉଭୟ ଛାତ୍ରଛାତ୍ରୀ ଆହତ ହୋଇ ବିନିକା ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ପରେ ପରେ ଉଭୟଙ୍କ ବାପା ମା ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜ୍ଜୁ କରିଛି । ହେଳେ କିଛି ନ୍ୟାୟ ନ ମିଳିବାରୁ ଅବିଭାବକ ମାନେ ଗତକାଲି ଘଟଣା ସମ୍ପର୍କ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଠାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ଜିଲ୍ଲା ଶିକ୍ଷା ଅଧିକାରୀ ବିନିକା ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପରେ ଆଜି ଏବିଇଓ ହେମସାଗର କାଲସେ ଏବଂ ବସନ୍ତ ଭୋଇ ଉକ୍ତ ବିଦ୍ୟାଳୟ କୁ ଯାଇ ତଦନ୍ତ କରିଥିଲେ । ତଦନ୍ତ ପରେ ଘଟଣା ସତ୍ୟାସତ୍ୟ ଥିବାରୁ ଆଜି ସମ୍ପୃକ୍ତ ଶିକ୍ଷକ ଦେବେନ୍ଦ୍ର ପୁରୋହିତ ଙ୍କୁ ତାଙ୍କ କାର୍ଯ୍ୟ ରୁ ନିଲମ୍ବିତ କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ଶିକ୍ଷା ଅଧିକାରୀ ଗଣେଶ କିଷାନ ପାତ୍ର ସଂଖ୍ୟା ୪୩୫/ ତା ୨୩ . ୦୨ .୨୩ ଅନୁସାରେ ତାଙ୍କୁ ନିଲମ୍ବିତ କରାଯାଇଥିବା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ କିଷାନ ପ୍ରକାଶ କରିଛନ୍ତି ।

Popular Articles