ପଦ୍ମ ଫୁଲ ତୋଳିବାକୁ ଯାଇ ପାଣିରେ ବୁଡି ଯୁବତୀ ମୃତ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୧୫/୦୨): ବିନିକା ବ୍ଲକ ଚରଦା ଗ୍ରାମର ନାମକ ଜଣେ ଯୁବତୀ ପୋଖରୀକୁ ପଦ୍ମ ଫୁଲ ତୋଳିବାକୁ ଯାଇ ପାଣିରେ ବୁଡି ମରି ଯାଇଥିବା ଘଟଣାଟି ଅଂଚଳରେ ଶୋକରଛାୟା ଖେଳିଯାଇଛି।

ଘଟଣାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ପ୍ରିୟଙ୍କା ଥନାପତି ନିକଟସ୍ଥ ପୋଖରୀ ରାଣୀକଟା କୁ ସ୍ନାନ ସକାଶେ ଯାଇ ଥିଲେ । ପଦ୍ମ ଫୁଲ ତୋଳିବାକୁ ପାଣି ଭିତରକୁ ଯାଇ ଆସିପାରି ନ ଥିଲେ ଓ ଶେଷରେ ବୁଡ଼ି ଯାଇଥିଲେ । ପରେ ପରିବାର ଲୋକେ ଓ ଗ୍ରାମବାସୀ ଖୋଜାଖୋଜି କରି ପାଇ ନ ଥିଲେ। ଦମକଳ ବାହିନୀ ଆସି ଖୋଜା ଖୋଜି କଲାପରେ ପ୍ରିୟଙ୍କା ର ମୃତଦେହକୁ ଉଦ୍ଧାର କରିଛନ୍ତ । ଏ ନେଇ ପୁଲିସ ଏକ ଅପମୃତ୍ୟୁ ମକଦମା ରୁଜୁକରି ବିନିକା ଡାକ୍ତରଖାନାରେ ଶବବ୍ୟବଛେଦ କରାଇଛି ।

Comments are closed.