Thursday, March 28, 2024

Top 5 This Week

Related Posts

ଆରୁହାଁ ଗାଁ ପାଖ ଜଙ୍ଗଲରେ ଭୟଙ୍କର ନିଆଁ !

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୪/୦୨) : ଦିନ ସନ୍ଧ୍ୟାବେଳେ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଅନ୍ତର୍ଗତ ଆରୁହାଁ ଗାଁ ପାଖ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଥିବାର ଦେଖିଥିଲେ ଯୁବ ସମାଜ ସେବି ଚନ୍ଦନ ବେହେରା । ଆରୁହାଁ

ସେ ସାଙ୍ଗେ ସାଙ୍ଗେ ନିଜର ଗାଁ ଗ୍ରୁପ (ମୋ ଗାଁ ଆରୁହାଁ) ରେ ମେସେଜ କରି ଗାଁ ବାସିନ୍ଦାଙ୍କୁ ଜଣେଇଥିଲେ ଓ ତତକ୍ଷଣାତ ଅଗ୍ନିଶମ ବାହିନୀ କୁ ଫୋନ କରିଡାକିଥିଲେ । ଗାଁ ଲୋକ ଓ ଅଗ୍ନିଶମ ବାହିନୀ ର ମିଳିତ ପ୍ରୟାସରେ ନିଆଁ ଲିଭା ସଫଳ ହୋଇଥିଲା । ଜଣା ଯାଏକି ନିଆଁ କୁ ଠିକ ସମୟ ରେ କାବୁ ନକରିଥିଲେ ବହୁତ ଗଛ, ଜୀବଜନ୍ତୁ ଙ୍କର ଜୀବନ ନଷ୍ଟ ହୋଇଥାନ୍ତା । ଚନ୍ଦନ ଭାଇଙ୍କ ସାହସ ଓ ଉପସ୍ଥିତି ବୁଦ୍ଧି ପାଇଁ ବହୁତ ଗଛ, ପଶୁପକ୍ଷୀ ରକ୍ଷା ହେଵା ସହ ବଡ ବିପଦ ଟଳିପଡିଥିଲା । ସମାଜ ସେବୀ ଚନ୍ଦନ ମୋ ଗାଁ ଆରୁହାଁ ଗ୍ରୁପର ସବୁ ମେମ୍ବରଙ୍କ ସହ ଗାଁ ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ ଗ୍ରାମବାସୀଙ୍କର ପ୍ରଶଂସା ର ପାତ୍ର ମଧ୍ୟ ହୋଇଛନ୍ତି । ଭବିଷ୍ୟତରେ ଏ ଗ୍ରୁପ ଆଉ ଗାଁ’ର ଏକାଗ୍ରତା ଏମିତି କାମରେ ଆସିବ ଓ ସାହାଯ୍ୟନିୟ ହେବ ବୋଲି ପ୍ରଭୁଙ୍କ ପାଖରେ କାମନା କରିଥିଲେ ।

Popular Articles