Thursday, March 28, 2024

Top 5 This Week

Related Posts

ମାର୍ଚ୍ଚ ୩ ରୁ କଦଳୀପାଲିରେ ‘ଏକତା ମହୋତ୍ସବ’

ରିପୋର୍ଟ : ପ୍ରେମାନନ୍ଦ ନାଏକ
ବୀରମହାରାଜପୁର, (୨୪/୦୨) : ମାର୍ଚ୍ଚ ୩ ରୁ ୭ ତାରିଖ ଯାଏଁ ବୀରମହାରାଜପୁର ବ୍ଲକ କେନଝରିଆପାଲି ପଞ୍ଚାୟତର କଦଳୀପାଲି ଠାରେ ପ୍ରଥମ ଥର ପାଇଁ ‘ଏକତା ମହୋତ୍ସବ‘ ଅନୁଷ୍ଠିତ ହେବ ।

ମାର୍ଚ୍ଚ ୩ ରୁ କଦଳୀପାଲିରେ ‘ଏକତା ମହୋତ୍ସବ’ ରେ ବିଶ୍ଵଶାନ୍ତି ମହାଯଜ୍ଞ ସାଙ୍ଗକୁ ପାଞ୍ଚ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷିତ ହେବାର କାର୍ଯ୍ୟକ୍ରମ ରହିଛି । ଏ ନେଇ ବୀରମହାରାଜପୁର ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ୟୋକ୍ତାମାନେ ଏହି ସୂଚନା ଦେଇଛନ୍ତି । ଆଲବମ୍ ତଥା ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ପାଣୀନି ପ୍ରାଜ୍ଞ ଏହି ସୂଚନା ଦେଇଥିବାବେଳେ କାର୍ଯ୍ୟକ୍ରମର ସଂଯୋଜକ ଲାଲାଜି ବେହେରା, କାର୍ଯ୍ୟାଳୟ ପ୍ରମୁଖ ଅଶୋକ ସାହୁ ଓ ଦୂର୍ବାଦଳ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଅବସରରେ ୩ ତାରିଖରେ ବାରଝୁଲା ଯୋରରୁ କଳସ ଯାତ୍ରା, ବିଶ୍ଵଶାନ୍ତି ମହାଯଜ୍ଞ, ପ୍ରତ୍ୟହ ଜଳନ୍ଧର ରାଜ ଓ ସ୍ଥାନୀୟ ଅଞ୍ଚଳର ଭିନ୍ନ ଭିନ୍ନ ଗ୍ରାମକୁ ନଗର ଭ୍ରମଣ, ପାରାୟଣ ତଥା ୮ରେ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ଏଥିସହ ୩ରେ ସମ୍ବଲପୁର ଟ୍ରାଇବାଲ ଆଣ୍ଡ ଫୋକ୍ ଆର୍ଟ ସେଣ୍ଟର୍, ୪ରେ ଅତାବିରାର କୁରେଫୁଲ, ତୁଷୁରାର ଘୁଡୁକା, ୫ରେ ସମ୍ବଲପୁରର ଫୋକାଲ ଓ ପଡିଆବାହାଲର ସ୍ୱୟମ ଏକାଡେମୀ, ୬ରେ ବିନିକାର ରୁମକୁଝୁମାନା ଓ ୭ରେ ଲୋଇସିଂହାର ସଙ୍ଗୀତ ସାଧନାର କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ ବୋଲି ଜଣାଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ସମ୍ବଲପୁରୀ ଲୋକ ସଂସ୍କୃତି ଉପରେ ଆଧାରିତ ହେବ ବୋଲି ଜଣାଯାଇଛି । ବଟକୃଷ୍ଣ ସାହୁ ଜଳନ୍ଧର ଭୂମିକାରେ ଅଭିନୟ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ବିଭିନ୍ନ ସନ୍ଧ୍ୟାରେ ରୁକୁ ସୁନା, ଶତୃଘ୍ନ ଲୁହା, ପ୍ରମୋଦ, ଗୌରବ, ଶାନ୍ତନୁ ଓ ଶୀତଳ, ବିନ୍ଦୁ, କେଦାର ପଟେଲ, ଯୋଗେଶ ଯୋଜୋ, ଟିଙ୍କୁ ଟିଙ୍ଗାଲୁ, ମିଲି, ଶ୍ୱେତା ଓ ଲିନା ପ୍ରମୁଖ ପଶ୍ଚିମ ଓଡ଼ିଶାର ଲୋକପ୍ରିୟ କଳାକାର ମାନଙ୍କ ଦ୍ୱାରା ନୃତ୍ୟ ସଙ୍ଗୀତ ଓ ହାସ୍ୟ ରସ କାର୍ଯ୍ୟକ୍ରମ ପରିବେଷିତ ହେବ ବୋଲି ଆୟୋଜକ ମାନେ ସୂଚନା ଦେଇଛନ୍ତି ।

Popular Articles