ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସର ରେ କ୍ୟାମ୍ପସ୍ ଚୟନ : ୨୦ ଶିକ୍ଷାର୍ଥୀ ମନୋନୀତ

0
172
ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସର

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୪/୦୨) : ରାୟଗଡା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସର ରେ ଆଜି କ୍ୟାମ୍ପସ୍ ଚୟନ ହୋଇଯାଇଛି ।WhatsApp Image 2023 02 23 at 22.15.03 ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସର ରେ କ୍ୟାମ୍ପସ୍ ଚୟନ : ୨୦ ଶିକ୍ଷାର୍ଥୀ ମନୋନୀତ

ଏଥିରେ ଜାତୀୟ ତଥା ବହୁ ରାଷ୍ଟ୍ରୀୟ କମ୍ପାନୀ ଟେକ୍ ମହେନ୍ଦ୍ରା ଅଂଶଗ୍ରହଣ କରିଛି । ଉକ୍ତ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଚନ୍ଦ୍ରଶେଖର ପାତ୍ର, ଫାର୍ମାସୀ ବିଭାଗର ମୁଖ୍ୟ ଲାଡି ଆଲିକ୍ କୁମାର ଓ ସହକାରୀ ଅଧ୍ୟାପକ କେ ଶ୍ୟାମ ସୁନ୍ଦରଙ୍କ ପ୍ରତ୍ୟକ୍ଷ ତତ୍ତଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮୦ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଛନ୍ତି । ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସର ରେ କ୍ୟାମ୍ପସ୍ ଚୟନ ପ୍ରକ୍ରିୟାରେ ୨୦ଶିକ୍ଷାର୍ଥୀ ମନୋନୀତ ହୋଇଥିବା ଜଣାପଡିଛି । କାର୍ଯ୍ୟକ୍ରମରେ ଟେକ୍ ମହେନ୍ଦ୍ରାର ମାନବ ସମ୍ବଳ ଅଧିକାରୀ ଏବଂ ପ୍ରରଳାଖେମୁଣ୍ଡି ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ଅଧ୍ୟାପକ ଅମିର ପ୍ରସାଦ ବେହେରା ଓ ଶିକ୍ଷା ଏବଂ ବିକାଶ ବିଭାଗର ସ୍ମୃତି ରଞ୍ଜନ ପରିଡ଼ା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ପ୍ରଥମେ ଗୋଷ୍ଠୀ ଆଲୋଚନା ଓ ପରେ ବ୍ୟକ୍ତିଗତ ସାକ୍ଷାତ ମାଧ୍ୟମରେ ଚୟନ କରିଛନ୍ତି । ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ବିଭିନ୍ନ ଜାତୀୟ ସ୍ତରୀୟ କମ୍ପାନୀ କ୍ୟାମ୍ପସ୍ ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଭାଗରେ ନିଯୁକ୍ତି ଦେବା ସକାଶେ ବିଭିନ୍ନ ପଦବି ପାଇଁ ଦକ୍ଷ ପ୍ରତିଭାଙ୍କୁ ସୁଯୋଗ ଦେଇଥିବାରୁ ଶିକ୍ଷାନୁଷ୍ଠାନର ଫାର୍ମାସୀ ପାଠ୍ୟକ୍ରମ ପ୍ରତି ଶିକ୍ଷାର୍ଥୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।