ମାଲକାନଗିରି ମହାବିଦ୍ୟାଳୟରେ କଳା ଦିବସ ପାଳିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଏ କେ ବିଶ୍ୱାସ //
ମାଲକାନଗିରି(୧୪/୦୨): ସ୍ଥାନୀୟ ମାଲକାନଗିରି ମହାବିଦ୍ୟାଳୟରେ ୧୪ଫେବୃଆରୀ ୨୦୧୯ରେ ପୁଲୱlମା  ଠାରେ ହୋଇଥିବା ଆକ୍ରମଣରେ ସହିଦ ହୋଇଥିବା ୪୦ଜଣ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ଏକ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା |

ଏହି କାଯ୍ୟକ୍ରମକୁ ମହାବିଦ୍ୟାଳୟର ଏନ ସି ସି ୟୁନିଟ ଦ୍ୱାରା ଆୟୋଜନ କରାଯାଇଥିଲା | କ୍ୟାଣ୍ଡେଲ ଜଳାଇ ସହିଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା | ଏହି କାଯ୍ୟକ୍ରମରେ ମହାବିଦ୍ୟାଳୟର ଅଧକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଉପସ୍ଥିତ ରହି ଦେଶ ସୁରକ୍ଷାରେ ଯବାନ ମାନଙ୍କର ଭୂମିକା ବିଷୟରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ କରିଥିଲେ | ଏହି କାର୍ଯ୍ୟକ୍ରମରେ ଲିଙ୍ଗରାଜ ମିଶ୍ର, ଡ଼ ରଞ୍ଜନ କୁମାର ସ୍ୱାଇଁ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଅଣ -ଶିକ୍ଷକ କର୍ମଚାରୀ ବୃନ୍ଦ କ୍ୟାଣ୍ଡେଲ ଜଳାଇ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ | ଏହି ସଭାରେ ୫୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ |

Comments are closed.