ସୋନପୁର ୧୨ଘଣ୍ଟିଆ ବନ୍ଦ 

0
139
ସୋନପୁର ୧୨ଘଣ୍ଟିଆ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୩/୦୨) : ସୁବର୍ଣ୍ଣପୁର ପୌର ପରିଷଦ ର ସଫେଇ କର୍ମଚାରୀ ମାନଙ୍କ ଛଟେଇ ପ୍ରତିବାଦ ତଥା ପୁନଃ ନିଯୁକ୍ତି ଦାବିରେ ଆଜି ଠିକା କର୍ମଚାରୀ ସଂଘ ପକ୍ଷରୁ ସୋନପୁର ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ ।

ସୋନପୁର ୧୨ଘଣ୍ଟିଆ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି । ହେଲେ କିଛି ସ୍ଥାନରେ ବନ୍ଦ ର ସେପରି କିଛି ପ୍ରଭାବ ପଡିଥିବା ବେଳେ ଗାଡିମୋଟର ଚଳାଚଳ ସ୍ୱାଭାବିକ ଥିଲା । ସହରରେ ରେ କିଛି ଦୋକାନ ବଜାର ବନ୍ଦ ରହିଥିଲା । ସେପଟେ କିଛି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସ୍ୱାଭାବିକ ଥିବା ଦେଖିବାକୁ ମିଳିଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ଛକ ମାନଙ୍କରେ ବ୍ୟାପକ ପୁଲିସ ଫୋର୍ସ ମୂତୟନ କରାଯାଇଛି । ସୁବର୍ଣ୍ଣପୁର ପୌର ପରିଷଦ ପକ୍ଷରୁ ସଫେଇ କମ୍ପାନୀ ର ଟେଣ୍ଡର ବାତିଲ ପରେ ପୌରପରିଷଦ କର୍ତ୍ତୃପକ୍ଷ ଓ ଠିକା ସଫେଇ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ର ଅଭାବ ଦେଖିବାକୁ ମିଳିଛି ।

ସଫେଇ କର୍ମଚାରୀ ଭାବରେ ଦୀର୍ଘ ୧୪ ବର୍ଷ ଧରି କାର୍ଯ୍ୟ କରି ଆସିଛନ୍ତି । କିନ୍ତୁ କମ୍ପାନୀ ର ଟେଣ୍ଡର ଶେଷ ହୋଇଯାଇଥିବାରୁ ସେମାନଙ୍କୁ କାମରୁ ବାହାର କରିଦେବା ବିଷୟରେ ସୁବର୍ଣ୍ଣପୁର ପୌର ପରିଷଦ ର ନିର୍ବାହୀ ଅଧିକାରୀ ଙ୍କୁ ଅଭିଯୋଗ କରିବାକୁଗତ ୧ ତାରିଖ ରେ ଯାଇଥିଲେ । କିନ୍ତୁ ନିର୍ବାହୀ ଅଧିକାରୀ ତାଙ୍କ ଅଭିଯୋଗ କୁ ଶୁଣି ନ ଥିଲେ । ବର୍ତ୍ତମାନ ସୁଦ୍ଧା ସଫେଇ କର୍ମଚାରୀ ଙ୍କ ମଧ୍ୟରୁ ୨୦ ଜଣଙ୍କ ଇପିଏଫ ମଂଜୁର ହୋଇପାରିନାହିଁ । ଏପରିକି ବାରମ୍ବାର ଦାବୀ ପରେ ପୌର କର୍ତ୍ତୃପକ୍ଷ ୧୦୧ ଜଣଙ୍କ ମଧ୍ୟରୁ ୨୦ ଜଣଙ୍କୁ ନିଯୁକ୍ତି ଦେବାକୁ ମନା କରୁଛନ୍ତି ।

ଏହାର ପ୍ରତିବାଦ ରେ ଠିକା ସଫେଇ କର୍ମଚାରୀ ସଂଘ ସମସ୍ତ ସଫେଇ କର୍ମଚାରୀ ଙ୍କୁ ପରିଷଦ ର ସଫେଇ କାର୍ଯ୍ୟରେ ନିୟୋଜିତ ଦାବୀ କରି ଆଜି ସୋନପୁର ବନ୍ଦ ଡାକରା ଦିଆଯାଇଥିଲା । ସଫେଇ ଠିକା କର୍ମଚାରୀ ଓ ଭିମଆର୍ମୀ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ସୋନପୁର ପୌରପରିଷଦ ସାମ୍ନାରେ ପୁନଃନିଯୁକ୍ତି ଦାବିରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।