Friday, March 29, 2024

Top 5 This Week

Related Posts

୭ ବର୍ଷର ନାବାଳକକୁ ଧକ୍କା ଦେଲା କାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୨୩/୦୨) : ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଛାତିଥରା ଦୃଶ୍ୟ । ରାସ୍ତା ପାର ହେଉଥିବା ୭ ବର୍ଷର ନାବାଳକକୁ ଧକ୍କା ଦେଲା କାର ।

ଦୁର୍ଘଟଣା ଘଟାଇ କାରଟି ଫେରାର ହୋଇଯାଇଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କରଣ ସାହିରେ । କରଣ ସାହିର ମିହିର ମିଶ୍ର ବଜାର ରୁ ଘରକୁ ଫେରିବା ପରେ ଘରୁ ମିହିରଙ୍କ ୭ ବର୍ଷର ପୁଅ ବାହାରକୁ ରୋଡ ପାର ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । କାରଟି ପିଲାଟିକୁ ଧକ୍କାଦେବାରୁ ୨୦ ମିଟର ଦୂରରେ ଯାଇ ପଡିଥିବା ଦେଖିବାକୁ ମିଳିଛି । ପିଲାଟିକୁ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।

Popular Articles