Thursday, March 28, 2024

Top 5 This Week

Related Posts

ଟ୍ରାକ୍ଟର ଓଲଟି ଜଣେ ମୃତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୨୩/୦୨) : ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ଘଟିଛି । ଏଭଳି ଅଘଟଣ ଘଟିଛି ବାସୁଦେବପୁର ବ୍ଲକ ବିରସ ଗ୍ରାମରେ ।

ମୃତ ବ୍ୟକ୍ତି ହେଲେ ଭଦ୍ରକ ଅନ୍ନପାଳ ଅଞ୍ଚଳର ବସନ୍ତ ଜେନା । ବିରସ ଗ୍ରାମରେ ଦୀର୍ଘ ଦିନ ଧରି ଟ୍ରାକ୍ଟର ଚଳାଇ ଆସୁଥିଲା । ତେବେ ଟ୍ରାକ୍ଟର ଚଳାଉଥିବା ସମୟରେ କୌଣସି କାରଣବଶତଃ ଟ୍ରାକ୍ଟରଟି ଓଲଟି ପଡିଥିଲା । ଟ୍ରାକ୍ଟର ତଳେ ଚାପି ହେଇ ରହିଯାଇଥିଲେ । ସ୍ଥାନୀୟ ଲୋକ ଦେଖି ତାଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Popular Articles