ଚୁଲି ପାଖରେ ଖେଳୁଥିଲା ଶିଶୁ, ଲାଗିଗଲା ନିଆଁ

0
98
ଲାଗିଗଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୩/୦୧) : ୬ ବର୍ଷର ଝିଅ ଦେହରେ ଲାଗିଗଲା ନିଆଁ । ଚୁଲି ନିକଟରେ ଖେଳୁଥିବା ସମୟରେ ୬ ବର୍ଷର ଝିଅ ଦେହରେ ଲାଗିଲା ନିଆଁ ।

ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତର ଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି । ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ବିରିଡାହି ଗାଁ’ର ଡମ୍ବୁରୁ ତିରିଆଙ୍କ ୬ବର୍ଷୀୟ ଝିଅ ଘର ଭିତରେ ଥିବା ଚୁଲି ନିକଟରେ ଖେଳୁଥିବା ସମୟରେ ଅସାବଧାନତା ବଶତଃ ତା ଦେହରେ ନିଆଁ ଲାଗି ଯାଇଥିଲା । ନିଆଁ ଯୋଗୁଁ ଝିଅଟିର ଶରୀର ଅଧିକାଂଶ ଅଂଶ ଜଳି ଯାଇଛି । ଶିଶୁଟିର ଚିକିତ୍ସା ଚାଲିଥିବାବେଳେ ସେ ଭାରି କେଟା ପାଉଥିବା ପରିବାର ଲୋକେ କହୁଛନ୍ତି । ଅନ୍ୟପଟେ ଶୀଘ୍ର ଶିଶୁଟି ଭଲ ହୋଇଯିବ ବୋଲି ଡାକ୍ତର କହିଛନ୍ତି ।