Thursday, October 29, 2020
Home headline ପାଇକ ଖଣ୍ଡାୟତ କ୍ଷତ୍ରୀୟ ମହାସଂଘର ବନ୍ଧୁମିଳନ ଓ ବାର୍ଷିକ ବୈଠକ

ପାଇକ ଖଣ୍ଡାୟତ କ୍ଷତ୍ରୀୟ ମହାସଂଘର ବନ୍ଧୁମିଳନ ଓ ବାର୍ଷିକ ବୈଠକ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର ତା ୧୪/୨: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ର ନାରାୟଣପୁର ପଞ୍ଚାୟତର ଦୁଲଦୁଲିଗୁଡା ଗ୍ରାମ ନିକଟସ୍ଥ ଆମ୍ବତୋଟା ଠାରେ କଲ୍ୟାଣସିଂହପୁର ବ୍ଲକ୍ ପାଇକ ଖଣ୍ଡାୟତ କ୍ଷତ୍ରୀୟ ମହାସଂଘର ନୂତନ ବର୍ଷର ବନ୍ଧୁମିଳନ ହେବା ସହ ବାର୍ଷିକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।ସଂଘର ବ୍ଲକ୍ ସଭାପତି ଅଗସ୍ତି ସୁଦର୍ଶନ ପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକଟି ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟଅତିଥି ଭାବେ ରାୟଗଡା ଜିଲ୍ଲା ପାଇକ ଖଣ୍ଡାୟତ କ୍ଷତ୍ରୀୟ ମହାସଂଘର ସଭାପତି ନିରଞ୍ଜନ ନାୟକ ଯୋଗଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ସଂଘର ଜିଲ୍ଲା ସମ୍ପାଦକ ଲକ୍ଷ୍ମୀନାରାୟଣ ସ୍ବାଇଁ ,ଦାଶରଥି ପଡିହାରି ଯୋଗଦେଇଥିଲେ।ମୁଖ୍ୟବକ୍ତା ଭାବେ ବ୍ଲକ୍ ସଂଘର ଉପସଭାପତି ତ୍ରିନାଥ ରାଉତ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଥମେ ପାଇକ ବିଦ୍ରହର କର୍ଣ୍ଣଧାର ବକ୍ସି ଜଗନ୍ଧୁଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପାଇକ ବିଦ୍ରହରେ ସହୀଦ୍ ହୋଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ଶାନ୍ତିପ୍ରାର୍ଥନା କରାଯାଇଥିଲା।ପାଇକ ଖଣ୍ଡାୟତ କ୍ଷତ୍ରୀୟ ମହାସଂଘର ବ୍ଲକ୍ ଯୁବ ସଭାପତି ବିଶ୍ବନାଥ ରାଉତ ବାର୍ଷିକ ବିବରଣି ପାଠ କରିଥିଲେ। ଏହି ସଭାରେ ସଂଘର କିପରି ସାମାଜିକ, ଅର୍ଥନୈତିକ, ଶିକ୍ଷା, ବେକାରୀ ଯୁବକ, ଯୁବତୀ ମାନଙ୍କୁ ନିଯୁକ୍ତି,ମହିଳା ଶଷକ୍ତିକରଣ,ମଦ ଛାଡ,ଭଳି ବିଭିନ୍ନ ସମସ୍ୟା ଗୁଡିକ କିପରି ଦୂର ହେବ ସେହି ଉପରେ ମୁଖ୍ୟତ ଆଲୋଚନା କରାଯିବା ସହ ସଂଘର କିପରି ଉନ୍ନତି ହେବ ସେ ସମ୍ପର୍କରେ ଅତିଥି ମାନେ ଦିଗଦର୍ଶନ ଦେଇଥିଲେ।ଗତବର୍ଷ ଫେବ୍ରୁୟାରୀ ୧୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୭ଦଫା ଦାବୀ ନେଇ କଲ୍ୟାଣସିଂହପୁର ବି.ଡି.ଓ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା କିନ୍ତୁ ତାହା ଆଜି ଯାଏଁ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ ତେଣୁ ଆଗାମୀ ଦିନରେ ପାଇକ ଖଣ୍ଡାୟତ କ୍ଷତ୍ରୀୟ ମହାସଂଘ ତରଫରୁ ପୁନର୍ବାର ଦାବି ଉପସ୍ଥାପନା କରାଯିବା ପାଇଁ ନିଷ୍ପତି ନିଆଯାଇଛି।ଏହି ବୈଠକଟିକୁ ବ୍ଲକ ପାଇକ ଖଣ୍ଡାୟତ କ୍ଷତ୍ରୀୟ ଯୁବକ ସଂଘର ସମ୍ପାଦକ ମିଣ୍ଟୁ ଦଣ୍ଡସେନା ଓ ସାଧାରଣସମ୍ପାଦକ ସନ୍ତୋଷ କୁମାର ଲମ୍ବତା, କଷାଧ୍ୟକ୍ଷ ଶ୍ରିନିବାଷ ପଡିହାରି, ଉପକସାଧ୍ୟକ୍ଷ ଟିକି ପରିଛା ପରିଚାଳନା କରିଥିବା ବେଳେ ସଂଘର ସମସ୍ତ ସଦଶ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ବୈଠକରେ ବ୍ଲକ୍ ର ୧୯ ଖଣ୍ଡ ଗ୍ରାମର ୧ହଜାର ରୁ ଉର୍ଦ୍ଧ ପାଇକ କ୍ଷତ୍ରୀୟ ଖଣ୍ଡାୟତ ପରିବାରର ସଦଶ୍ୟମାନେ ଉପସ୍ଥିତ ରହିଥିଲେ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସେପ୍ଟେମ୍ବର ମାସର ଦରମା ପାଇନାହାନ୍ତି ଜୁନାଗଡ ଆରଏମସି କର୍ମଚାରୀ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // ଜୁନାଗଡ଼ (୨୮/୧୦): କଳାହାଣ୍ଡି ତା.୨୮.୧୦.୨୦୨୦ ଅକ୍ଟୋବର ଶେଷ ହେବାକୁ ବସିଲାଣି ଜୁନାଗଡ ନିୟନ୍ତ୍ରିତ ବଜାର କମିଟୀ (ଆରଏମସି) ର କର୍ମଚାରୀ ମାନେ ସେପ୍ଟେମ୍ବର ମାସର ଦରମା ପାଇପାରିନଥିବା ଜଣାପଡିଛି...

ରାୟଗଡ଼ା ସାମ୍ବାଦିକ ସୁଶାନ୍ତ ଦାସଙ୍କ ବଡବାପା ରତ୍ନାକର ଦାସଙ୍କ ପରଲୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୨୮/୧୦): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଚନ୍ଦନ ନଗର ଗ୍ରାମପଞ୍ଚାୟତ ଅଧୀନସ୍ଥ ଗୋପ୍ତିରା ଗ୍ରାମର ଶ୍ରୀଯୁକ୍ତ ରତ୍ନାକର ଦାସ ଙ୍କ ଗତ ରବିବାର ରାତ୍ର...

ଏସାର- ଗୁରୁକୁଳ ର ଭାରତ କାର୍ଯ୍ୟାଳୟ ଉଦଘାଟିତ

ରିପୋର୍ଟ: ସତ୍ୟଜିତ ବାରିକ // ଭୁବନେଶ୍ୱର / ନୂଆଦିଲ୍ଲୀ / ମାଞ୍ଚେଷ୍ଟର - ୨୭.୧୦): ଭାରତ ବର୍ଷର ପ୍ରାଚୀନ ଗୁରୁକୁଳ ଶିକ୍ଷା ପରମ୍ପରା ଖୁବ ମହାନ ଓ ମହିମାମୟ ଥିଲା ବୋଲି ଓଡିଶା ବିଧାନ...

ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ରିପୋର୍ଟ: ଚିତ୍ତରଞ୍ଜନ ବାଗ // ଗୋଲାମୁଣ୍ଡା (୨୭/୧୦): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୁଲିସ ଦ୍ଵାରା ଗତ କାଲି ସନ୍ଧ୍ୟା ସମୟରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଗଇଣ୍ଡି ମୁଣ୍ଡା ଠାରେ ଜଣେ ଯୁବକଙ୍କ ଶବ ଉଦ୍ଧାର...

Recent Comments

%d bloggers like this: