Friday, March 29, 2024

Top 5 This Week

Related Posts

ଅବକାରୀ ବିଭାଗ ଚଢ଼ାଉ କରି ଦୁଇ ମହିଳା ଗିରଫ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୨/୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବିଭିନ୍ନ ଗାଁ ଗାଁ ବୁଲି ଜରସର ଅବକାରୀ ବିଭାଗ ଚଢ଼ାଉ କରୁଛନ୍ତି ।ଅବକାରୀ ବିଭାଗ ଚଢ଼ାଉ

ଅବକାରୀ ବିଭାଗ ଚଢାଉ ରେ ଆଜି ଦୁଇଜଣ ମହିଳାକୁ ଗିରଫ କରିଛି ଅବକାରୀ ବିଭାଗ । କଲ୍ୟାଣସିଂହପୁର ର କଦଳିଚୁଅଁ, ଚାମରଜୋଡି, ଡମଲିମା ଗାଁରେ ଚଢାଉକରି ୬୫୦ ଲିଟର ମହୁଲ ପୋଚକୁ ନଷ୍ଟ କରିବାସହ ୧୦୫ ଲିଟର ଦେଶୀମଦ ଜବତ କରିବାପରେ ଦୁଇ ମହିଳାକୁ ଗିରଫ କରିଥିବା ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡର କିଶୋର ଚନ୍ଦ୍ର ରଥ ସୂଚନା ଦେଇଛନ୍ତି । ଜିଲ୍ଲା ଅବକାରୀ ବିଭାଗର ଅଧିକ୍ଷକ (ସୁପରଟେଣ୍ଡ) ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ମୋବାଇଲ ସ୍କ୍ୱାର୍ଡ ଓ କଲ୍ୟାଣସିଂହପୁର ରେ ଥିବା ଅବକାରୀ ବିଭାଗ ମିଳିତରେ ଏହି ଚଢାଉ କରାଯାଇଛି । ୪ଟି ଅବକାରୀ ମକଦମାରେ ଦୁଇ ଜଣ ମହିଳା ଗିରଫ ।WhatsApp Image 2023 02 22 at 16.36.37 ଅବକାରୀ ବିଭାଗ ଚଢ଼ାଉ କରି ଦୁଇ ମହିଳା ଗିରଫ

ଏହି ଚଢ଼ାଉ ସମୟରେ ସଂଗ୍ରାମ ପ୍ରଧାନ, କରୁଣା କର ପାତ୍ର, ରାମଜାନ ଖାନ, ପି.କିଶୋର, ମହିଳା ସିପାହୀ ରିନା ବାରିକ, ଗାଡି ଚାଳକ ନବିନ ମାଛ ପ୍ରମୁଖ ଉପସ୍ଥିତ ରହିଥିଲେ । ଯାତ୍ରାର ଚାରିଦିନ ମଧ୍ୟରେ ଚଢାଉ କରି ଦୁଇ ମହିଳାକୁ ଗିରଫ କରିଥିବା ବେଳେ ପୁର୍ବରୁ ଦୁଇ ଯୁବକଙ୍କୁ ଗିରଫ କରିବା ସହ ଗୋଟିଏ ବାଇକ ଜବତ କରିଥିଲେ । ପୁର୍ବରୁ କତାଗୁଡା, ଡମଲିମା, ଶିକରପାଇର ଧାମଲିମା ଓ ମୁତୁକୁଣୀ, ତଳରମ୍ଭା ଗାଁରେ ଚଢ଼ାଉ କରି ୩୦ଲିଟର ସଲପ ତାଡି, ୧୨୫ଲିଟର ଦେଶୀ ମଦକୁ ଜବତ କରିବା ସହ ୧୪୦୦ ଲିଟର ମହୁଲ ପୋଚ ଜବତ କରି ନଷ୍ଟ କରିବା ସହ ଗୋଟିଏ ବାଇକ ଓ ଦୁଇ ଜଣ ଯୁବକକୁ ଗିରଫ କରାଯାଇଥିଲା ।

Popular Articles