ସି ପି ଆଇ (ଏମ୍ ଏଲ) ଲିବରେସନର କେନ୍ଦ୍ର କମିଟି ଗଠନ

0
110
ଗଠନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୩/୨) : ଚଳିତ ମାସ ୨୦/୨/୨୩ ତାରିଖରେ ଅନୁଷ୍ଠିତ ସି ପି ଆଇ (ଏମ୍ ଏଲ) ଲିବରେସନର ସର୍ବ ଭାରତୀୟ ସମ୍ମିଳନୀର ଶେଷ ଦିନରେ ନିର୍ବାଚନ ମାଧ୍ୟମରେ ୭୬ ଜଣଙ୍କୁ ନେଇ କେନ୍ଦ୍ର କମିଟି ଗଠନ କରାଯାଇଛି ।WhatsApp Image 2023 02 23 at 09.58.50 ସି ପି ଆଇ (ଏମ୍ ଏଲ) ଲିବରେସନର କେନ୍ଦ୍ର କମିଟି ଗଠନ

ଚଳିତ ବର୍ଷ ମଧ୍ୟ ଓଡ଼ିଶାରୁ ରାଧାକାନ୍ତ ସେଠି , ଯୁଧିଷ୍ଠିର ମହାପାତ୍ର ଓ ତ୍ରିପତି ଗମାଙ୍ଗ ନିର୍ବାଚିତ ହୋଇଛନ୍ତି । ଏହାପରେ ସର୍ବ ଭାରତୀୟ କ୍ରାନ୍ତିକାରୀ ନେତା ଦୀପଙ୍କର ଭଟ୍ଟାଚାର୍ଯ୍ୟ ଙ୍କୁ ସର୍ବସମ୍ମତିକ୍ରମେ ସି ପି ଆଇ (ଏମ୍ ଏଲ ) ଲିବରେସନର ସର୍ଵ ଭାରତୀୟ ସମ୍ପାଦକ ଭାବରେ ଘୋଷଣା କରାଯାଇଛି । ଏହି ସମ୍ମିଳନୀରେ ସମ୍ବିଧାନକୁ ରକ୍ଷା କରିବା ଏବଂ ଫାସିବାଦ ଆକ୍ରମଣକୁ ମୁକାବିଲା କରିବା ପାଇଁ ନିଷ୍ପତ୍ତି କରାଯାଇଥିଲା ।