Friday, March 29, 2024

Top 5 This Week

Related Posts

ବିକଳାଙ୍ଗ ଭତ୍ତା ପାଇଁ ଖଲି ନାୟକଙ୍କ ସଂଘର୍ଷ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୩/୦୨) : ବିକଳାଙ୍ଗ ଭତ୍ତା ପାଇଁ ଖଲି ନାୟକଙ୍କ ସଂଘର୍ଷ । ଭାରତ ସ୍ୱାଧୀନ ହେଲା ସତ, ଶାସକ ବଦଳିଲେ କିନ୍ତୁ ମନେ ହେଉଛି ଆଜିବି ଚାଲିଛି ଇଂରେଜ ଶାସନ ।WhatsApp Image 2023 02 23 at 09.22.18 ବିକଳାଙ୍ଗ ଭତ୍ତା ପାଇଁ ଖଲି ନାୟକଙ୍କ ସଂଘର୍ଷ

ସରକାରଙ୍କ ଯୋଜନା ମାଳ ମାଳ, କିନ୍ତୁ ଏହି ଯୋଜନା ସବୁ କାହା ପାଇଁ ଆଜିବି ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି ? ଏକଥା ଆମେ କରୁନାହୁଁ, ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଆଖୁସିଙ୍ଗ ଗ୍ରାମରେ । ବିକଳାଙ୍ଗ ଭତ୍ତା ପାଇଁ ଦୀର୍ଘ ଚାରି ବର୍ଷର ସଂଘର୍ଷ କଥା ବଖାଣିଛନ୍ତି ଆଖୁସିଙ୍ଗ ଗ୍ରାମ ୱ।ଡ ନମ୍ବର ୩ ର ଖଲି ନାୟକ । ବିଧବା ମାଁ, ବିକଳାଙ୍ଗ ସ୍ତ୍ରୀ ଓ ଦୁଇ ପୁଅଙ୍କ ସହ ଆଖୁସିଙ୍ଗ ଗ୍ରାମର ୱ।ଡ ନମ୍ବର ୩ ରେ ବାସ କରନ୍ତି ଖଲି ନାୟକ । ଡ୍ରାଇଭର କାମ କରି ଯାହା ରୋଜଗାର କରୁଥିଲେ ପାଞ୍ଚ ପ୍ରାଣୀ କୁଟୁମ୍ବ ଦୁଃଖେ ସୁଖେ ଚଳି ଯାଉଥିଲେ । କିନ୍ତୁ ଦଇବ ଦାଉ ସାଧିଲା, ଏକ ବିବାହ ଉତ୍ସବରେ ବାଣ ଧରିଥିବା ସମୟରେ ହଠାତ୍ ତାହା ବିସ୍ଫୋରଣ ଘଟିଲା । ଫଳରେ ଖଲି ନାୟକଙ୍କ ବାମହାତ କାଟିବାକୁ ପଡ଼ିଲା । ବର୍ତ୍ତମାନ ଖଲି ନାୟକ କୌଣସି କାମ କରି ପାରୁନାହାନ୍ତି । ସେ ଏବେ ନିଜ ବିକଳାଙ୍ଗ ସ୍ତ୍ରୀ ଉପରେ ନିର୍ଭରଶୀଳ ।

ସରକାରଙ୍କ ତରଫରୁ ବିକଳାଙ୍ଗ ପ୍ରମାଣପତ୍ର ମିଳିଛି । କିନ୍ତୁ ଚାରିବର୍ଷ ହେଲା ବିକଳାଙ୍ଗ ଭତ୍ତା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ, ଜିଲ୍ଲାପାଳଙ୍କ ଠାରୁ ରାଜନେତା ସମସ୍ତଙ୍କୁ ଗୁହାରି କରି ଶେଷରେ ନିରାଶ ହେବାକୁ ପଡ଼ିଛି । ଦୀର୍ଘ ୩୦ ବର୍ଷ ହେଲା ଭଙ୍ଗା ଦଦରା ଝୁପୁଡି ଘରେ ଖଲି ନାୟକଙ୍କ ପରିବାର ବାସ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ସାମିଲ ହୋଇ ପାରିନାହାନ୍ତି । ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ୧୫ କେଜି ଚାଉଳ ଛଡ଼ା ଅନ୍ୟ କିଛି ଯୋଜନାରେ ସାମିଲ ହୋଇ ପାରିନାହାନ୍ତି ଖଲି ନାୟକଙ୍କ ପରିବାର । ବିଧବା ମାଁ ସ୍ୱାମୀଙ୍କ ମୃତ୍ୟୁର ଚାରି ବର୍ଷ ପରେ ଏବେ ଭତ୍ତା ପାଉଛନ୍ତି ।WhatsApp Image 2023 02 23 at 09.22.19 1 ବିକଳାଙ୍ଗ ଭତ୍ତା ପାଇଁ ଖଲି ନାୟକଙ୍କ ସଂଘର୍ଷ

ଘରଟିଏ ପାଇଁ ପଞ୍ଚାୟତ, ବ୍ଲକ, ଜିଲ୍ଲାପାଳ, ସରପଞ୍ଚ ଠାରୁ ଆରମ୍ଭ କରି ସ୍ଥାନୀୟ ନେତା ମନ୍ତ୍ରୀ ସମସ୍ତଙ୍କୁ ଗୁହାରି କରିଛନ୍ତି, କିନ୍ତୁ ଖଲି ନାୟକଙ୍କ ପାଇଁ ଆବାସ ଯୋଜନା ସାତ ସପନ ପାଲଟିଛି । ଭୋଟ ସମୟରେ ନେତା ମନ୍ତ୍ରୀ ମାନେ ପ୍ରତିଶ୍ରୁତିରେ ପୋତି ପକାନ୍ତି ନିର୍ବାଚନ ସରିଗଲେ କାହାର ଦେଖା ମିଳୁଥିବା ଖଲି ନାୟକ ଅଭିଯୋଗ କରିଛନ୍ତି । ବର୍ଷାଦିନେ ଘରେ ରହିବା କଷ୍ଟକର ହୋଇପଡେ, ପଲିଥିନ ଚିରି ଯାଇଥିବାରୁ ଘର ସାରା ପାଣି ଭର୍ତ୍ତି ହୋଇଯାଏ । ଫଳରେ ଲୋକଙ୍କ ବାରଣ୍ଡାରେ ପରିବାର ଲୋକେ ଆଶ୍ରୟ ନେଇଥାନ୍ତି । ତେବେ କେବେ ସରକାରଙ୍କ ଏହି ଅବହେଳିତ ପରିବାର ପ୍ରତି ଦୃଷ୍ଟି ପଡୁଛି ଓ ଖଲି ନାୟକଙ୍କୁ ବିକଳାଙ୍ଗ ଭତ୍ତା ସହ ତାଙ୍କ ପରିବାର ଆବାସ ଯୋଜନାରେ ସାମିଲ ହୋଇ ସରକାରୀ ଘର ଖଣ୍ଡିଏ ପାଇବାର ସ୍ଵପ୍ନ ପୂରଣ ହେଉଛି ଦେଖିବାକୁ ବାକି ରହିଲା ।

Popular Articles