୮୨ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ରିପୋର୍ଟ: ଜଗଦୀଶ ଦାସ //
ଜି.ଉଦୟଗିରି (୧୩.୦୨): ଜି.ଉଦୟଗିରି ହାବାକ୍ ଉଚ୍ଚ ବିଦ୍ୟାଳୟରେ ୮୨ତମ ବାର୍ଷିକ କ୍ରୀଡା ଉତ୍ସବ ତା୧୧ ଓ ୧୨ରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି ।

ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର କ୍ରୀଡା କୁ ଉଦଘାଟନ କରି କ୍ରୀଡାର ମହାନତା ଓ ଆବଶ୍ୟକତା ଉପରେ ଛାତ୍ର ମାନଙ୍କୁ ଅବଗତ କରାଇଥିଲେ । ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରମାନେ ଉକ୍ତ କ୍ରୀଡ଼ାରେ ଭାଗ ନେଇ କୃତିତ୍ୱ ଛାତ୍ରମାନଙ୍କୁ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ବାର୍ଷିକ ଉତ୍ସବ ସମୟରେ ପୁରସ୍କୃତ କରାଯିବ । ବିଦ୍ୟାଳୟର କ୍ରୀଡା ଶିକ୍ଷକ ସତ୍ୟବ୍ରତ କର୍ଣ୍ଣ ଓ ଏମ୍ ଏମ୍ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ସଞ୍ଜୟ କୁମାର ସାହୁ ଖେଳ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

Leave a Reply

This site uses Akismet to reduce spam. Learn how your comment data is processed.