Friday, March 29, 2024

Top 5 This Week

Related Posts

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ମାଫିଆ ଫେରାର

ରିପୋର୍ଟ : ଶିବ ବିଶୋଇ
କୋରାପୁଟ, (୨୩/୦୨) : ପୁଣି ମାଛକୁଣ୍ଡ ପୋଲିସ୍ କୁ ବଡ଼ ସଫଳତା । ମାଛକୁଣ୍ଡ ଅଞ୍ଚଳ ରୁ ବାହାର ରାଜ୍ୟ କୁ ଗଞ୍ଜେଇ ଚୋରାଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ମୁଲିଆପୁଟ ଜଙ୍ଗଲ ରେ ମାଡିବସିଲା ପୋଲିସ ।

ମାଛକୁଣ୍ଡ ପୋଲିସ ପେଟ୍ରୋଲିଙ୍ଗ ସମୟରେ ମୁଲିଆପୁଟ ଜଙ୍ଗଲରେ ପୋଲିସ ଗାଡି ଦେଖି ମାଫିଆ ମାନେ ଦୌଡ଼ି ପଳାଇଯାଇଥିବା ବେଳେ ପୋଲିସ ସନ୍ଦେହ କରି ଯାଞ୍ଚ କରିବାରୁ ୧୨ ଗଞ୍ଜେଇ ବସ୍ତା ଥିବା ପାଇଥିଲା । ପ୍ରାୟ ୩ କୁଇଣ୍ଟାଲ ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଗଞ୍ଜେଇ ଚୋରା ଚାଲାଣ ରେ ସମ୍ପୃକ୍ତ ଥିବା ମାଫିଆଙ୍କୁ ଚିନ୍ହଟ କରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।

Popular Articles