Friday, September 25, 2020
Home Cultural & Festival ଜ୍ଞାନ ଦାତ୍ରୀ ସରସ୍ବତୀ ଓ ବିଘ୍ନ ବିନାୟକ ଜ୍ଞାନ ଦାତା ଗଣେଷଙ୍କ ମୂର୍ତ୍ତି ପ୍ରତିଷ୍ଠା

ଜ୍ଞାନ ଦାତ୍ରୀ ସରସ୍ବତୀ ଓ ବିଘ୍ନ ବିନାୟକ ଜ୍ଞାନ ଦାତା ଗଣେଷଙ୍କ ମୂର୍ତ୍ତି ପ୍ରତିଷ୍ଠା

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ (୧୪/୨/୨୦): ବନ୍ଧୁଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ବନ୍ଧୁଗାଁ ଠାରେ ଜ୍ଞାନ ଦାତ୍ରୀ ସରସ୍ବତୀ ଓ ବିଘ୍ନ ବିନାୟକ ଜ୍ଞାନ ଦାତା ଗଣେଷଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ବନ୍ଧୁଗାଁ ବ୍ଲକର ବିଭିନ୍ନ ସ୍କୁଲରୁ ନିମନ୍ତ୍ରଣ ହୋଇ ଆସିଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ଏସ ଏମ ସି ସଭ୍ୟସଭ୍ୟା ଓ ସ୍କୁଲର ଛାତ୍ରଛାତ୍ରୀ ଉପସ୍ଥିତିରେ ମନ୍ତ୍ର ପାଠ କରି ପୂଜାର୍ଚ୍ଚନା କରାଯାଇଥିଲା ।

ମୁଖ୍ୟ ଅତିଥି ଭାବରେ ଏ ବି ଇ ଓ ଈଶ୍ୱର ଚନ୍ଦ୍ର ମୁଦୁଲି, ପୂର୍ବତନ ପ୍ରଧାନ ଶିକ୍ଷକ ସୁରେଶ ସୁରି ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବରାଜ ମହାରଣା ଉପସ୍ଥିତ ରହି ଥିଲେ । ଏହି ମୂର୍ତି ପ୍ରତିଷ୍ଠା ପାଇଁ ମଧୁସୂଦନ ବଡ଼ନାୟକ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଉଦ୍ୟମରୁ ସ୍କୁଲର ପରିବେଶକୁ ସୁସ୍ଥ ସ୍ୱଚ୍ଛ ଓ ସୁନ୍ଦର ଭାବରେ ରଖିବା ଯେଉଁ ଜ୍ଞାନ ଦାତା ଭଗବାନ ଗଣେଷ ଓ ସରସ୍ବତୀଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିଛନ୍ତି | ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କ ଭାବାବେଗ ଶିକ୍ଷା ପ୍ରାପ୍ତି ସହିତ ଭବିଷ୍ୟତ ଗଠନ ଉଜ୍ଜ୍ୱଳ ମୟ ହୋଇପାରିବ । ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏହି ପ୍ରକାର ଉଦ୍ୟମ ଯୋଗୁଁ ବନ୍ଧୁଗାଁ ବ୍ଲକର ଜନ ସାଧାରଣ ଉଚ୍ଚ ପ୍ରସଂସା କରିଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପ୍ରେମ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଜଣେ ମୃତ

ରିପୋର୍ଟ: ସତ୍ୟଜିତ ବାରିକ // ଯାଜପୁର (୨୪/୦୯): ବରୀ ବ୍ଲକ ଅଧିନସ୍ଥ ଆନ୍ୟାସପୁର ଗ୍ରାମ ରେ ପ୍ରେମ ବିବାହ କୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଜଣକର ମୃତୁ ଘଟିଛି...

ବିଜେପି ନେତା ବି. ସୁବାଷ ଚନ୍ଦ୍ରପାତ୍ରଙ୍କ ବିୟୋଗରେ ଶୋକ

ରିପୋର୍ଟ: ବିଭୁତି ଲହରିଆ // ବାଲିଗୁଡା ୨୪/୯): ବାଲିଗୁଡାର ବରିଷ୍ଠ ବିଜେପି ନେତା ବି ସୁବାଷ ଚନ୍ଦ୍ର ପାତ୍ରଙ୍କ ବିୟୋଗରେ କନ୍ଧମାଳ ବିଜେପି ପକ୍ଷରୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଶୋକ ସଭା ଅନୁଷ୍ଠିତ...

ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ୱାରା ଜୁନାଗଡ ହାଇଟେକ ଥାନା ଉଦଘାଟିତ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // କଳାହାଣ୍ଡି ତା୨୪.୦୯.୨୦୨୦): କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ହାଇଟେକ ଥାନା ଉଦଘାଟିତ ହୋଇଯାଇଛି । ଓଡିଶା ର ମାନ୍ୟବର ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉଦଘାଟନ...

ଧାନ ଫସଲ ରେ ଅଜଣା ରୋଗ, କାମ ଦଉନି କୀଟନାଶକ,ଚିନ୍ତାରେ ଚାଷୀ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା ୨୪ /୯/୨୦): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ୧୪ ଟି ପଞ୍ଚାୟତର ବିଭିନ୍ନ ଗ୍ରାମ ରେ ଧାନ ଫସଲରେ ମାଡି ଚାଲିଛି...

Recent Comments

%d bloggers like this: