ଧର୍ମଗଡ ରକ୍ତଭଣ୍ଡାରର ଦଲାଲ ମାନଙ୍କୁ କାବୁ କଲା ପୋଲିସ

ରିପୋର୍ଟ: ଯୁବରାଜ ଅଗ୍ରୱାଲ //
ଧର୍ମଗଡ଼(୧୨/୦୨): ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାରରେ ରକ୍ତ ଦଲାଲି କରୁଥିବା ଅଭିଯୋଗରେ ଆଜି ଧର୍ମଗଡ଼ ପୋଲିସ ଦୁଇଜଣ ଟେକନିସିଏନ,ତିନି ଜଣ ଦଲାଲ୍ ଓ ଟଙ୍କା ନେଇ ରକ୍ତ ଦାନ କରୁଥିବା ଅଭ୍ୟାସ ଗତ ଦୁଇଜଣ ରକ୍ତଦାତାଙ୍କୁ ଗିରଫ କରିଛି ।

କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ବି. ଗଙ୍ଗାଧର ଆଜି ଧର୍ମଗଡ଼ ଥାନାରେ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି । ରାଜ୍ୟସରକାର ମୋ ସରକାର ଯୋଜନା ଲାଗୁକଲା ପରେ ଡାକ୍ତର ଖାନା ମାନଙ୍କରେ ଦଲାଲ ମାନଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି । ଦୁଇ ଦିନ ତଳେ କଳାହାଣ୍ଡି ଜିଲ୍ଲାପାଳ ଧର୍ମଗଡ଼ ସରକାରୀ ଡାକ୍ତରଖାନା ଅଚାନକ ପରିଦର୍ଶନ କରିବା ସମୟରେ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିବା ଜଣେ ଗରିବ ରୋଗୀ ଦୁଇ ପ୍ୟାକେଟ ରକ୍ତ ଦଲାଲ ଜରିଆରେ ୩ହଜାର ଟଙ୍କା ଦେଇ କିଣିଥିବା ପ୍ରକାଶ କରିଥିଲେ । ଏହାପରେ ଜିଲ୍ଲା ପ୍ରଶାସନ ତରଫରୁ ତନାଘନା ଆରମ୍ଭ କରାଯାଇ ଥିଲା ଓ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଧର୍ମଗଡ଼ ଥାନା ଅଧିକାରୀ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏଥିରେ ସମ୍ପୃକ୍ତ ସାତ ଜଣଙ୍କୁ ଗିରଫ କରିଥିଲେ ।

Leave a Reply

This site uses Akismet to reduce spam. Learn how your comment data is processed.