ପରିବେଶ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
97
ପରିବେଶ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୨୨/୨) : ସୁବର୍ଣ୍ଣପୁର ଜିଲ୍ଲା ବଲାରଙ୍ଗା ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ମହାନଦୀ ଯୁବ ସଂଗଠନ ତରଫରୁ ପରିବେଶ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମ ରେ ପଲିଥିନ ବ୍ୟବହାର ଦ୍ଵାରା ହେଉଥିବା ପରିବେଶ ପ୍ରଦୂଷଣ ଉପରେ ଆଲୋକପାତ କରାଯାଇଥିଲା ।

ଶିକ୍ଷକ କାମପାଳ ପଣ୍ଡା ଙ୍କ ସଂଯୋଜନା ରେ ପରିବେଶ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସହଦେବ ସାହୁ ଯୋଗ ଦେଇଥିବା ବେଳେ ମହାନଦୀ ସଂଗଠନ ର ପ୍ରତିଷ୍ଠାତା କ୍ଷୀର ସାଗର ବିଭାର ପଲିଥିନ ର କୁପ୍ରଭାବ ସହ ପଲିଥିନ ବ୍ରିକ୍ସ ତିଆରି ଉପରେ ଗୁରୁତ୍ତ୍ୱାରୋପ ଓ ଜଙ୍ଗଲ ଜମି ରେ ଯେପରି ନିଆଁ ନ ଲଗାଇବେ ତହିଁ ଉପରେ ଜନ ସଚେତନତା ନେଇ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଡମ୍ବରୁଧର ବାଗ, ରିପି ମାଝୀ ସହଯୋଗ କରିଥିବା ବେଳେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ସାହୁ ଧନ୍ୟବାଦ ଅର୍ପଣ ଦେଇଥିଲେ ।