ଚୋରି ଘଟଣାରେ ୩ଜଣଙ୍କୁ ଗିରଫ କଲା ବନ୍ଧୁଗାଁ ପୋଲିସ, ସାମଗ୍ରୀ ଜବତ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ (୧୨/୨/୨୦): ବନ୍ଧୁଗାଁ ବ୍ଲକ ପୋଲିସ ଥାନା ଦ୍ବାରା ଆଲମଣ୍ଡା ଗ୍ରାମରେ ଚୋରି ହୋଇଥିବା ଗୁଟୁଖା ସାମଗ୍ରୀ ଜବତ କରାଯାଇଛି ।

ଥାନା ଅଧିକାରୀ ତପନ କୁମାର ନାହାକଙ୍କ ତତ୍ୱାବଧାନରେ ତା୨୩/୧/୨୦ ଟି. ନନ୍ଦକିଶୋର ଙ୍କ ଘରେ ଚୋରି ହୋଇଥିବା ଖଇନି ,ବିସ୍କୁଟ, ଓ ଗୁଡାଖୁ କୁ ଆଲମଣ୍ଡା ଗ୍ରାମର କେ.ନୋଟରାଜଙ୍କ ଘରେ ଜବତ କରାଯାଇଛି । ଏହି ଚୋରି କେସଟିକୁ ଥାନା ଏ ଏସ ଆଇ ଶିବ ପ୍ରସାଦ ଷଡଙ୍ଗୀ ହାତକୁ ନେଇ କେ.ନୋଟରାଜ, ଆଲମଣ୍ଡା ଓ କେ. ସୁରିୟା ରାଓ ଗ୍ରାମ ପିରିଡି ଥାନା ବୋବିଲି ,ଆନ୍ଧ୍ରପ୍ରଦେଶ ସହ ସି. ଏଚ. ହରିସ, ଆନ୍ଧ୍ରପ୍ରଦେଶଙ୍କୁ ଅଟକ ରଖି କେସ ନମ୍ବର ୧୩ ୟୁ /ଏସ ୪୫୭/୩୮୦ ଆଇପିସି ରେ କେସ କରି କୋର୍ଟ ଚାଲାଣ କରାଯାଇଛି । ତା ୭/୨/୨୦ରେ ପୋଲିସ ୧୦ପୋକେଟ (ବଡ଼)ଅନମୋଲ ବିସ୍କୁଟ, ୩ ପୋକେଟ ମିରଜ ଓ ରାଜା ଖଇନି, ୫ବକ୍ସ ଗୁଟୁଖା ସହିତ ବଲେରୋ ପିକ ଅଫ ଭେନ ନମ୍ବର ଏପି ୩୦ ଟିଏ ୩୪୧୩ କୁ ଧରି ଜବତ କରାଯାଇଛି |

Leave a Reply

This site uses Akismet to reduce spam. Learn how your comment data is processed.