ଉତ୍କଳ ଆଲୁମିନାରେ ଉଜ୍ଜ୍ୱଳ ଉତ୍କଳ ମହିଳା କ୍ଲବ ପକ୍ଷରୁ ‘ପୁଷ୍ପ ପ୍ରଦର୍ଶନୀ’

0
147
ଉତ୍କଳ ଆଲୁମିନାରେ

ରିପୋର୍ଟ : ଗୋପୀନାଥ ଗୌଡ଼
ଭୁବନେଶ୍ୱର/ଟିକିରି, (୨୨/୦୨) : ଉତ୍କଳ ଆଲୁମିନାରେ ଉଜ୍ଜ୍ୱଳ ଉତ୍କଳ ମହିଳା କ୍ଲବ ପକ୍ଷରୁ ‘ପୁଷ୍ପ ପ୍ରଦର୍ଶନୀ’ ରେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ଼ର ମୂଳ ନିରନ୍ତର ବିକାଶ ପ୍ରୟାସ ସମୂହ ହେଉଛି ଜୈବ ବିବିଧତାକୁ ବଜାୟ ରଖିବା ସହିତ ପରିବେଶ ସୁରକ୍ଷା ଓ ସଂରକ୍ଷଣ କରିବା ।

ଏହା ଉଦ୍ୟାନ କୃଷି କୁ ସମର୍ଥନ ଏବଂ ଏହାର କାରଖାନା ପରିସର ରେ ଏବଂ ପରିସର ବାହାରେ ସବୁଜ ବଳୟକୁ ସମର୍ଥନ କରିବା ଉପରେ ସର୍ବଦା ଗୁରୁତ୍ତ୍ଵ ଦେଇଆସିଛି । ଏହି ପରିପ୍ରେକ୍ଷୀ ରେ ଉତ୍କଳ ଆଲୁମିନାରେ ଚଳିତ ଫେବୃଆରୀ ମାସ ୧୯ ଓ ୨୦ ତାରିଖ ଦୁଇଦିନ ଧରି ଉଜ୍ଜ୍ୱଳ ଉତ୍କଳ ମହିଳା କ୍ଲବ ପକ୍ଷରୁ ଦୁଇଦିନିଆ ‘ପୁଷ୍ପ ପ୍ରଦର୍ଶନୀ’ ଆୟୋଜିତ ହୋଇଯାଇଛି । ଯେଉଁଥିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟମ୍ରମ ଏବଂ ଖାଦ୍ୟ ଉତ୍ସବ ମଧ୍ୟ ରହିଥିଲା । ଏହି କାର୍ଯ୍ୟକ୍ରମ ଆୟୋଜନ ର ଉଦ୍ଦେଶ୍ୟ ଥିଲା ଆମ ସମାଜ ଏବଂ ଜନସାଧାରଣାଙ୍କୁ ଆମ ପାରିପାର୍ଶ୍ଵିକ ପରିବେଶ ଏବଂ ଏହାର ଚତୁର୍ପାର୍ଶ୍ୱରେ ଜୈବ ବିବିଧତା ର ସୁରକ୍ଷା କରିବା ଏବଂ ତାହାକୁ ପ୍ରୋତ୍ସାହନ ଦେବା ।

ପ୍ରାୟ ୧୦୦ କିସମର ଫୁଲଗଛ, ବୋନସାଇ, ପାମ ଗଛ, ଫୋଳିଏଜେ ବୃକ୍ଷ , ସକୁଲେଣ୍ଟ ବୃକ୍ଷ ଆଦି ଓଷାପଡା ପଡିଆରେ ଆୟୋଜିତ ଏହି ପ୍ରଦର୍ଶନୀ ରେ ପ୍ରଦର୍ଶିତ ହୋଇଥିଲା ଏବଂ ଏହା ଦର୍ଶକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଶ୍ରୀ ମକରନ୍ଦ ମୁଦୁଲି, ସମ୍ମାନନୀୟ ବିଧାୟକ ରାୟଗଡା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ଶ୍ରୀ ମଜହର ବେଗ, ୟୁନିଟ ହେଡ଼ ଏବଂ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା, ଶ୍ରୀମତୀ ହୀନ ବେଗ, ପ୍ରେସିଡେଣ୍ଟ, ଉଜ୍ଜ୍ୱଳ ଉତ୍କଳ ମହିଳା କ୍ଲବ ଏହି କାର୍ଯ୍ୟକ୍ରମ କୁ ଉତ୍କଳ ଆଲୁମିନାର ବରିଷ୍ଠ ପରିଚାଳନା ଅଧିକାରୀଙ୍କ ସହିତ ଆୟୋଜନ କରିଥିଲେ । ଉତ୍କଳ ଆଲୁମିନା ର କର୍ମଚାରୀବୃନ୍ଦ, ପରିବାର ସଦସ୍ୟ, ସନ୍ତାନ ସନ୍ତତି ଏବଂ କମ୍ପାନୀର ସହଭାଗୀ ପ୍ରତିଷ୍ଠାନ ଗୁଡିକ ଏହି ଅବସରରେ ଉପସ୍ଥିତ ରହି ମନୋଜ୍ଞ ସନ୍ଧ୍ୟାକୁ ଉପଭୋଗ କରିଥିଲେ ।

ଶ୍ରୀ ମକରନ୍ଦ ମୁଦୁଲି, ସମ୍ମାନନୀୟ ବିଧାୟକ ରାୟଗଡା ପରିବେଶ ସୁରକ୍ଷା ଉପରେ ଗୁରୁତ୍ତ୍ଵ ଦେଉଥିବା ଏଭଳି ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ ପାଇଁ ଉତ୍କଳ ଆଲୁମିନାକୁ ପ୍ରଶଂସା କରିଥିଲେ । ସେ ଉତ୍କଳ ଆଲୁମିନାର ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ ଗୁଡିକୁ ମଧ୍ୟ ପ୍ରଶଂସା କରିଥିଲେ, ଯାହା ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା ଉପାର୍ଜନ, ସାମାଜିକ ବିକାଶ ଏବଂ ଗ୍ରାମ୍ୟ ଭିତ୍ତିଭୂମି ଆଦି କ୍ଷେତ୍ର ରେ କାଶୀପୁର ଜନସାଧାରଣଙ୍କ ଜୀବନରେ ରୂପାନ୍ତରଣ ଆଣୁଛି । ଶ୍ରୀମତୀ ହୀନ ବେଗ, ପ୍ରେସିଡେଣ୍ଟ, ଉଜ୍ଜ୍ୱଳ ଉତ୍କଳ ମହିଳା କ୍ଲବ ମା’ ଧରିତ୍ରୀ, ମାନବ ଜୀବନ ଏବଂ ମୂଲ୍ୟବୋଧ ପ୍ରତି ଉତ୍ସର୍ଗୀକୃତ ଏଭଳି ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କ୍ଷେତ୍ରରେ ତାଙ୍କର ଅନୁଭୂତି ଗୁଡିକୁ ଆନନ୍ଦର ସହିତ ବର୍ଣ୍ଣନାକରିଥିଲେ ।

“ଏହା ଉତ୍କଳରେ ଏହି ଧରଣର ପ୍ରଥମ କାର୍ଯ୍ୟକ୍ରମ ଥିଲା, ଯେଉଁଠାରେ ଆମେ ଆମ ଜନସାଧାରଣ ଏବଂ ଗୋଷ୍ଠୀ ଗୁଡିକୁ ଏହି ଆଦିବାସୀବହୁଳ ଆଭ୍ୟନ୍ତରୀଣ ଅଞ୍ଚଳ ରେ ପରିବେଶ ଓ ଜୀବଜଗତର ପ୍ରୋତ୍ସାହିତ କରିବା ଏବଂ ତାହାର ସୁରକ୍ଷା କ୍ଷେତ୍ରରେ ପ୍ରୋତ୍ସାହିତ ଓ ପ୍ରେରିତ କରୁଛି” ବୋଲି ଶ୍ରୀ ମଜହର ବେଗ, ୟୁନିଟ ହେଡ଼ ଏବଂ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ଼ ପ୍ରକାଶ କରିଥିଲେ ।  ଏଥି ସହିତ ସେ କହିଥିଲେ ଯେ,ଏହି ପ୍ରଦର୍ଶନୀ ଆମ ଲୋକମାନଙ୍କୁ ଏବଂ ଗୋଷ୍ଠୀଗୁଡିକୁ ଘର ବଗିଚା ସମ୍ପର୍କ ରେ ପ୍ରଶିକ୍ଷିତ କରିବା ସହିତ ସେମାନଙ୍କ ମଧ୍ୟରେ ଏକ ସକାରାତ୍ମକ ମନୋଭାବ ସୃଷ୍ଟି କରିବା ।