Friday, March 29, 2024

Top 5 This Week

Related Posts

ବେଆଇନ ମାଦକ ଦ୍ରବ୍ୟ ଭାବେ ବିବେଚିତ ଖଜୁରୀ ଓ ତାଳ ରସରୁ ଗୁଡ଼ ପ୍ରସ୍ତୁତି

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୨/୦୨) : ବେଆଇନ ମାଦକ ଦ୍ରବ୍ୟ ଭାବେ ବିବେଚିତ ହୋଇଥିବା ଖଜୁରୀ ଓ ତାଳ ରସ କୁ ଆଜି ସର୍ବ ପ୍ରଥମେ ବୌଦ୍ଧ ଜିଲ୍ଲା ରେ ଏହାର ସଦୁପଯୋଗ ପାଇଁ ଜିଲ୍ଲା ପ୍ରଶାସନ ହାତ ବଢ଼ାଇଛି ।WhatsApp Image 2023 02 22 at 09.22.12 ବେଆଇନ ମାଦକ ଦ୍ରବ୍ୟ ଭାବେ ବିବେଚିତ ଖଜୁରୀ ଓ ତାଳ ରସରୁ ଗୁଡ଼ ପ୍ରସ୍ତୁତି

ଏହି ବେଆଇନ ମାଦକ ଦ୍ରବ୍ୟ ରୁ ପ୍ରସ୍ତୁତ ହେଉଛି ସୁ ମଧୁର ଗୁଡ଼ । ଏହି ଗୁଡ଼ ତିଆରି କରିବାପାଇଁ ତାଲିମ୍ ମଧ୍ୟ ଦିଆଯାଉଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତ ଅଧିନସ୍ଥ ନାଏକ ପଡା ଠାରେ ଆରମ୍ଭ ହୋଇଛି ଏହି ତାଲିମ୍ ଶିବିର । ରାଜ୍ୟ ତାଳ ଗୁଡ଼ ସମବାୟ ସମିତି ଆନୁକୂଲ୍ୟରେ ରେ ଆରମ୍ଭ ହୋଇଛି ଏହି ଖଜୁରୀ ଓ ତାଳ ରସ ରୁ ଗୁଡ଼ ପ୍ରସ୍ତୁତି ତାଲିମ୍ ଶିବିର । ଗତ କାଲି ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଏହି ତାଲିମ୍ ଶିବିର କୁ ଉଦ୍ଘାଟନ କରିଥିବା ବେଳେ ଅନ୍ୟ ତମ ଅତିଥି ଭାବେ ଉପ ଜିଲ୍ଲପାଳ ରବୀନ୍ଦ୍ର ନାଥ କହଁର, ରାଜ୍ୟ ତାଳ ଗୁଡ଼ ସମବାୟ ସମିତିର ସଭାପତି, ସମ୍ପାଦକ ଓ ଜିଲ୍ଲା ର ବିଭିନ୍ନ ବିଭାଗୀୟ ଅତିଥି ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।

ଶ୍ରୀ ସାହୁ ରାଜ୍ୟ ରେ ଗୁଡ଼ ର ପରିମାଣ ବୃଦ୍ଧି କରିବା ପାଇଁ ଆଖୁ ଚାଷ କ୍ରମଶଃ ଲୋପ ପାଇବାକୁ ବସିଥିବା ବେଳେ ତାଳ ଓ ଖଜୁରୀ ରୁ ପ୍ରସ୍ତୁତି ଏହି ଗୁଡ଼ ଚାହିଦା ମେଣ୍ଟାଈ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ଖଜୁରୀ ଓ ତାଳ ରସ ସଂଗ୍ରହ କରୁଥିବା ଚାଷୀ ମାନେ ଏକ ଭିନ୍ୟ ଆଇନ ଗତ ରୋଜଗାର ପନ୍ଥା ପାଇଥିବା ରୁ ଜିଲ୍ଲା ପ୍ରଶାସନ କୁ ସାଧୁବାଦ ଜଣାଇଛନ୍ତି ।

Popular Articles