ବର୍ଷିଆନ କଂଗେସ ନେତା ତ୍ରିବିକ୍ରମ ମିଶ୍ରଙ୍କ ପରଲୋକ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା(୧୧/୦୨): ବିନିକା ବ୍ଲକ ଅରିଗାଁ ଗ୍ରାମର ବର୍ଷିୟାନ କଂଗ୍ରେସ ନେତା ତିବିକ୍ରମ (ବିର) ମିଶ୍ରଙ୍କ ଆଜି ସକାଳ ୯ଟା ସମୟରେ ପରଲୋକ ହୋଇଯାଇଛି ।

ତାଙ୍କୁ ମୃତ୍ୟୁ ବେଳକୁ ୯୪ବର୍ଷ ବୟସ ହୋଇଥିଲା । ସେ ଜଣେ କଂଗ୍ରେସ ନେତା ଥିଲେ । ତାଙ୍କ ମୃତୁରେ ଏ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତୁଶଯ୍ୟା ନିକଟରେ ପୁଅ ବହୁ, ନାତି ନାତୁଣୀ , ପରିବାରବର୍ଗ ଓ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ । ମହାନଦୀ ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କ ଏକମାତ୍ର ପୁତ୍ର କୃଷ୍ଣ ଚନ୍ଦ୍ର ମିଶ୍ର ମୁଖାଗ୍ନି ଦେଇଥିଲେ ।

Comments are closed.