Friday, March 29, 2024

Top 5 This Week

Related Posts

ଶ୍ରୀ ଦଧିବାମନ ପରିଚାଳନା ଟ୍ରଷ୍ଟ ତରଫରୁ ଶ୍ରୀ ଦଧିବାମନ ଜୀଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୨/୦୨) : ରାୟଗଡ଼ା କସ୍ତୁରୀ ନଗରସ୍ଥିତ ୧୦ମ ଲାଇନରେ ନିର୍ମିତ ନୂତନ ମନ୍ଦିରକୁ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ବିଗ୍ରହ ସ୍ଥାନାନ୍ତର ହେବେ ।

ଏଥି ନିମନ୍ତେ ଚଳିତ ଫାଲଗୁନ ମାସ ଶୁକ୍ଲ ନବମୀ ତା ୨୮.୦୨.୨୦୨୩ ରିଖ ଠାରୁ ଦ୍ୱାଦଶୀ ତା ୦୩.୦୩.୨୦୨୩ ରିଖ ଚାରିଦିନ ବ୍ୟାପି ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏହି ଅବସରରେ ମନ୍ଦିରର ପାର୍ଶ୍ଵ ଦେବତାଙ୍କ ସମେତ ଗଣପତି, ପତିତପାବନ ଓ ହନୁମାନଙ୍କ ନୂତନ ବିଗ୍ରହ ମଧ୍ୟ ପ୍ରତିଷ୍ଠା ହେବାର କାର୍ଯ୍ୟକ୍ରମ ରହିଛି । ଶ୍ରୀକ୍ଷେତ୍ର ସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ତଥା ପ୍ରବଚକ ପଣ୍ଡିତ ଶ୍ରୀ ସୂର୍ଯ୍ୟ ନାରାୟଣ ରଥଶର୍ମା ଉପସ୍ଥିତ ରହି ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ପୂଜାର୍ଚ୍ଚନା କରିବା ନିମନ୍ତେ ସଦୟ ସମ୍ମତି ପ୍ରଦାନ କରିଛନ୍ତି । ଏତଦ୍ ବ୍ୟତୀତ ମାର୍ଚ୍ଚ ୧ ଓ ୨ ତାରିଖ ଦୁଇ ଦିନ ସନ୍ଧ୍ୟା ଛଅ ଘଟିକା ଠାରୁ ମନ୍ଦିର ପ୍ରାଙ୍ଗଣରେ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ପଣ୍ଡିତ ଶ୍ରୀ ସୂର୍ଯ୍ୟ ନାରାୟଣ ରଥଶର୍ମାଙ୍କ ମୁଖାରବିନ୍ଦରୁ ପ୍ରବଚନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ପ୍ରକାଶ ଥାଉକି ଶ୍ରୀ ଦଧିବାମନ ଜୀଉ ଦୀର୍ଘ ବର୍ଷ ଧରି କସ୍ତୁରୀ ନଗରସ୍ଥିତ ଅସ୍ଥାୟୀ ମନ୍ଦିରରେ ପୂଜାପାଇ ଆସୁଛନ୍ତି । ରାୟଗଡ଼ା ବାସୀ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଅକୁଣ୍ଠ ସାହାଯ୍ୟ ଓ ବଦାନ୍ୟବ୍ୟକ୍ତିଙ୍କ ସହଯୋଗରେ ଶ୍ରୀଦଧିବାମନ ପରିଚାଳନା ଟ୍ରଷ୍ଟ ତରଫରୁ ଏହି ନୂତନ ମନ୍ଦିର ପ୍ରତିଷ୍ଠା ସହ ଜୀଉଙ୍କ ବିଗ୍ରହ ନବ ନିର୍ମିତ ମନ୍ଦିରକୁ ସ୍ଥାନାନ୍ତର ହେବେ । ଏହି ଅବସରରେ ସମସ୍ତ ଭକ୍ତ, ଶ୍ରଦ୍ଧାଳୁ ଓ ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ସପରିବାର ଯୋଗଦାନ ପୂର୍ବକ ପ୍ରଭୁଙ୍କ କୃପାଲାଭ ନିମନ୍ତେ ଶ୍ରୀ ଦଧିବାମନ ଟ୍ରଷ୍ଟ ତରଫରୁ ନିମନ୍ତ୍ରଣ କରାଯାଇଅଛି ।

Popular Articles